ବଢୁଛି ମୋଦି ମାସ୍କର ଚାହିଦା

ଭୋପାଳ,୧୬।୬: କରୋନା ମହାମାରୀକୁ ରୋକିବାକୁ ମାସ୍କ ପିନ୍ଧିବା ଜରୁରୀ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ପୂର୍ବରୁ ମେଡିସିନ ଷ୍ଟୋରରେ ଏହି ମାସ୍କ ଉପଲବ୍ଧ ହେଉଥିବା ବେଳେ ଏବେ ଏହା ରାସ୍ତା କଡରେ ବି ମିଳି ଯାଉଛି। ଆଉ ଗ୍ରାହକ ମାସ୍କ ଖୋଜିବାକୁ ଏଣେତେଣେ ଯାଉନାହାନ୍ତି। ଭୋପାଳର ଜଣେ ବ୍ୟକ୍ତି ଏବେ ଏମିତି କିଛି ମାସ୍କ ବିକ୍ରି କରୁଛନ୍ତି ଯାହାକୁ ଗ୍ରାହକ ପସନ୍ଦ ବି କରୁଛନ୍ତି। କୁନାଲ ପରିୟାନି ନାମକ ଜଣେ ବ୍ୟକ୍ତି ଏବେ ମୋଦି ମାସ୍କ ବିକ୍ରି କରି ଆସିଛନ୍ତି ଚର୍ଚ୍ଚାକୁ। ସେ କପଡାରେ ମାସ୍କ ତିଆରି କରି ସେଥିରେ ମୋଦିଙ୍କ ଛବି ପ୍ରିଣ୍ଟ କରିଥିବା ଦେଖାଯାଇଛି। ଆଉ ଏହାକୁ ଦେଖିବା ପରେ ଗ୍ରାହକ ଖୁସିରେ ଏହାକୁ କିଣି ନେଇ ଯାଉଛନ୍ତି। ପରିୟାନି କହିଛନ୍ତି, ଏପର୍ଯ୍ୟନ୍ତ ସେ ପାଖାପାଖି ୫୦୦-୧୦୦୦ ମୋଦି ମାସ୍କ ବିକ୍ରି କରି ସାରିଲେଣି। ଲୋକଙ୍କ ଚାହିଦାକୁ ଦେଖି ଏଭଳି ମାସ୍କ ଆହୁରି ତିଆରି କରାଯାଉଥିବା ସେ କହିଛନ୍ତି। ଏହାସହ କଂଗ୍ରେସ ନେତା କମଲନାଥ ଓ ରାହୁଲ ଗାନ୍ଧୀଙ୍କ ଛବିଥିବା ମାସ୍କ ସେ ତିଆରି କରିଥିବା କହିଛନ୍ତି।

Share