ବଣ୍ଟା ନ ହୋଇ ଶ୍ରେଣୀଗୃହରେ ପଡିରହିଛି ନାପକିନ୍‌: ପିଲାଙ୍କୁ ମିଳିନି ବ୍ୟାଗ, ଜୋତା,ୟୁନିଫର୍ମ

ଚନ୍ଦାହାଣ୍ଡି, ୨।୮(ଡି.ଏନ.ଏ.)- ସରକାରଙ୍କ ପକ୍ଷରୁ ଖୁସି ଯୋଜନାରେ ଛାତ୍ରୀଙ୍କ ପାଇଁ ନାପକିନ ବଣ୍ଟନର ବ୍ୟବସ୍ଥା କରାଯାଇଛି । ତେବେ ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକରେ ଏହି ଯୋଜନା ଦିଗହରା ହୋଇପଡିଛି । ଚଳିତ ଶିକ୍ଷାବର୍ଷର ଦୁଇ ମାସରୁ ଊର୍ଦ୍ଧ୍ୱ ବିତିଯାଇଥିଲେ ମଧ୍ୟ ବିଦ୍ୟାଳୟର ଶ୍ରେଣୀଗୃହମାନଙ୍କରେ ନାପକିନ ବଣ୍ଟନ ନହୋଇ ଅବ୍ୟବସ୍ଥା ମଧ୍ୟରେ ରଖାଯାଇଥିବା ଦେଖିବାକୁ ମିଳିଛି ।
ରାଜ୍ୟସରକାର ଖୁସି ଯୋଜନାରେ ଷଷ୍ଠରୁ ଯୁକ୍ତ ଦୁଇ ଛାତ୍ରୀଙ୍କୁ ବର୍ଷକୁ ୧୨ ପ୍ୟାକେଟ ଲେଖାଏଁ ନାପକିନ ବଣ୍ଟନ ପାଇଁ ବ୍ୟବସ୍ଥା କରିଛନ୍ତି । ଛାତ୍ରୀଙ୍କୁ ସୁବିଧାରେ ନାପକିନ ବଣ୍ଟନ ଓ ଏହାର ବ୍ୟବହାର ସମ୍ପର୍କରେ ପୂର୍ବରୁ ଶିକ୍ଷୟିତ୍ରୀ, ମହିଳା ସ୍ବାସ୍ଥ୍ୟକର୍ମୀ, ଆଶା, ଅଙ୍ଗନଓ୍ବାଡିମାନଙ୍କୁ ତାଲିମ ପ୍ରଦାନ କରାଯାଇଛି । ବ୍ଲକର ବିଦ୍ୟାଳୟ ଏବଂ କଲେଜ ଛାତ୍ରୀଙ୍କ ପାଇଁ ଲକ୍ଷାଧିକ ନାପକିନ ପ୍ୟାଟେକ ଆସିଥିବା ଗୋଷ୍ଠୀ ଶିକ୍ଷାଧିକାରୀ ଭଜନଲାଲ ମାଝି ସୂଚନା ଦେଇଛନ୍ତି । ଏଥିପାଇଁ ସମସ୍ତ ସିଆରସିସିମାନଙ୍କୁ ଦାୟିତ୍ୱ ଦିଆଯାଇଥିବା କହିଛନ୍ତି । ମଧ୍ୟାହ୍ନଭୋଜନ ଚାଉଳ ବୁହାଗାଡିରେ ନାପକିନ ପ୍ୟାକେଟଗୁଡିକୁ କିଛି ବିଦ୍ୟାଳୟକୁ ପହଞ୍ଚାଯାଇଛି। ଦୁର୍ଗମ ଅଞ୍ଚଳ ବିଦ୍ୟାଳୟଗୁଡିକୁ ଏପର୍ଯ୍ୟନ୍ତ ନାପକିନ ପହଞ୍ଚି ପାରି ନ ଥିବା ଜଣାପଡିଛି। ନାପକିନ ବଣ୍ଟନ ପାଇଁ ଶିକ୍ଷା ବିଭାଗ ଉପରିସ୍ଥ ଅଧିକାରୀଙ୍କ କୌଣସି ନିର୍ଦ୍ଦେଶ ପହଞ୍ଚି ନଥିବାରୁ ଏହାକୁ ବଣ୍ଟନ କରାଯାଇପାରୁନାହିଁ । ମୁଷା ଏବଂ ଉଇ ଯୋଗୁ ବନ୍ଦ କୋଠରିରେ ରଖାଯାଇଥିବା ନାପକିନର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ଗ୍ରୀଷ୍ମଅବକାଶ ପରେ ସ୍କୁଲ ଖୋଲି ଦୁଇମାସ ବିତିଯାଇଥିଲେ ମଧ୍ୟ ମାଗଣା ବ୍ୟାଗ, ୟୁନିଫର୍ମ ଓ ଯୋତା ମିଳିପାରିନାହିଁ । ଆଗକୁ ସ୍ବାଧୀନତା ଦିବସ ଆସିବ। ନୂଆ ପୋଷାକ , ଯୋତା ପିନ୍ଧି ସ୍ବାଧୀନତା ଦିବସ ପାଳନ କରିବାକୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆଗ୍ରହ ରହିଛି। ବ୍ଲକର ୧୨, ୬୮୯ଛାତ୍ରୀଛାତ୍ରଙ୍କୁ ୟୁନିଫର୍ମ ମିଳିବ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି । ଅଗଷ୍ଟ୧୫ ସୁଦ୍ଧା ୟୁନିଫର୍ମ ଦିଆଯିବ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆର ୨୧ଅଞ୍ଚଳ ଆନ୍ଧ୍ରକୁ ଦେବ ଭାଜପା ସରକାର: କାଡାମ

ଭୁବନେଶ୍ୱର, ୧ା୪(ସୁନିତ୍‌ ମିଶ୍ର): କେନ୍ଦ୍ରରେ ସରକାରକୁ ବଞ୍ଚାଇବା ପାଇଁ ଭାଜପାର ଡବଲ ଇଞ୍ଜିନ ସରକାର ଯୌତୁକ ହିସାବରେ କୋଟିଆର ୨୧ ଅଞ୍ଚଳକୁ ଆନ୍ଧ୍ର ହାତକୁ ଟେକିଦେବା...

ହାଇୱା ପଛରେ ପିଟିଲା ବାଇକ୍‌: ଜଣେ ମୃତ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଲାଞ୍ଜିଗଡ,୩୧ା୩( ରମେଶ ଚନ୍ଦ୍ର ନାୟକ):ଲାଞ୍ଜିଗଡରୁ ମୁନିଗୁଡାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ବେଦାନ୍ତ କାରଖାନା ନିକଟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ହାଇୱା ପଛରେ...

ପ୍ରେମ, ପ୍ରତାରଣା, ଧୋକା: ଆଦିବାସୀ ଯୁବତୀ ୮ ମାସର ଗର୍ଭବତୀ, ଯୁବକ…

ପାଟଣା,୩୧ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ପ୍ରେମ, ପ୍ରତରଣା ପରେ ଧୋକା ଘଟଣା ସାମ୍‌ନାକୁ ଆସିଛି। ଜଣେ ୧୯ ବର୍ଷୀୟା ଆଦିବାସୀ ଯୁବତୀଙ୍କୁ...

ଭିସୁଟ ଛାତ୍ରୀ ଚିନ୍ମୟୀ ଆତ୍ମହତ୍ୟା ମାମଲା: ପୁରୁଷ ବନ୍ଧୁ ଗିରଫ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ଆତ୍ମହତ୍ୟା ମାମଲାରେ ସୋମବାର ବୁର୍ଲା ପୋଲିସ ତାଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେ(୨୭)ଙ୍କୁୁ ଗିରଫ କରଛି।...

କଠିନ ପରିଶ୍ରମ ଛାତ୍ରୀଛାତ୍ରଙ୍କ ଉନ୍ନତିର ମୂଳମନ୍ତ୍ର

ଲାଞ୍ଜିଗଡ,୧।୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡସ୍ଥିତ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ବାର୍ଷିକୋତ୍ସବ ବେଦାନ୍ତ ଟାଉନସିପ ଅନ୍ତର୍ଗତ ବିଦ୍ୟାଳୟ ପରିସରଠାରେ ଅନୁଷ୍ଠିତ...

ହଳଧର ସାହିତ୍ୟ ଅସ୍ମିତାର ଆବାହକ: ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଲୋକକବିଙ୍କୁ ଶୁଭେଚ୍ଛା

ବରଗଡ,୩୧।୩(ପ୍ରେମାନନ୍ଦ ଖମାରୀ): ପଦ୍ମଶ୍ରୀ ଲୋକକବି ହଳଧର ନାଗଙ୍କ ୭୫ ତମ ଜନ୍ମଦିନ ଅବସରରେ ବରଗଡ଼ରେ ସୋମବାର ତ୍ରିଦିବସୀୟ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହ ଅନୁଷ୍ଠିତ...

ଚା’ ଦୋକାନରୁ ଗଞ୍ଜେଇ ଜବତ, ଜଣେ ଗିରଫ

ଗଞ୍ଜାମ, ୩୧ା୩ (ବିଦ୍ୟାଧର ସାହୁ):ଗଞ୍ଜାମ ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଏକ ଚା’ ଦୋକାନରେ ପୋଲିସ ଚଢ଼ାଉ କରି ଗଞ୍ଜେଇ ଜବତ କରିବା...

ଜାତୀୟ ସ୍ତରୀୟ ବିକଶିତ ଭାରତ ଯୁବ ପାର୍ଲିଆମେଣ୍ଟ:ମା’ ମାଣିକେଶରୀ ବିଶ୍ୱବିଦ୍ୟାଳୟର ସୁହାନୀ ମନୋନୀତ

ଭବାନୀପାଟଣା,୩୧।୩(ଉତ୍ତମ କୁମାର ଦାଶ): ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିକଶିତ ଭାରତ ଯୁବ ପାର୍ଲିଆମେଣ୍ଟ ଅବସରରେ ଗତ ୨ ଦିନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image