‘ବଣ୍ଟି ଔର ବବଲି’ ସିକ୍ୱେଲରୁ ଅଭିଷେକ ଆଉଟ୍‌

୨୦୦୫ରେ ରିଲିଜ୍‌ ହୋଇଥିବା ରାନୀ ମୁଖାର୍ଜୀ ଓ ଅଭିଷେକ ବଚ୍ଚନଙ୍କ ଅଭିନୀତ ସୁପରହିଟ ଫିଲ୍ମ ‘ବଣ୍ଟି ଔର ବବଲି’ ସିକ୍ୱେଲର ପ୍ରସ୍ତୁତି ଆରମ୍ଭ ହେବାକୁ ଯାଉଛି। ଏହି ବ୍ଲକବ୍ଲଷ୍ଟର ଫିଲ୍ମ ପୁଣି ଥରେ ଦର୍ଶକଙ୍କ ମନ ଜିତିବାରେ ସଫଳ ହେବ ବୋଲି ନିର୍ମାତା ଆଶା ରଖିଛନ୍ତି। କିନ୍ତୁ ଏହି ଫିଲ୍ମର ସିକ୍ୱେଲରେ ଦର୍ଶକ ଅନେକ ଟ୍ବିଷ୍ଟ ଦେଖିବାକୁ ପାଇବେ। ଏଥର ଅଭିଷେକ ବଚ୍ଚନଙ୍କ ସ୍ଥାନରେ ସୈଫ ଅଲ୍ଲୀ ଖାନ୍‌ ରାଣୀଙ୍କ ସହ ନଜର ଆସିବେ। ଏହି ଫିଲ୍ମର ଶୁଟିଂ ଆଗାମୀ ବର୍ଷ ଆରମ୍ଭ ହେବ ବୋଲି ଜଣାପଡିଛି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ଜିମ୍ମା ଶାଦ ଅଲ୍ଲୀ ବହନ କରିଛନ୍ତି। ‘ବଣ୍ଟି ଔର ବବ୍‌ଲି’ ଚଳଚ୍ଚିତ୍ରକୁ ଦର୍ଶକ ବହୁତ ପସନ୍ଦ କରିଥିଲେ। ଫିଲ୍ମ ବ୍ୟତୀତ ସିନେମାରେ ଥିବା ଗୀତ ଗୁଡିକ ମଧ୍ୟ ହିଟ ହୋଇଥିଲା। ରାଣୀ ଏବେ ମର୍ଦ୍ଦାନୀ-୨ର ପ୍ରମୋଶନ ପାଇଁ ବ୍ୟସ୍ତ ଥିବାବେଳେ ଖୁବଶୀଘ୍ର ଶୁଟିଂ ଆରମ୍ଭ କରିବେ ବୋଲି କହିଛନ୍ତି।

Share