Categories: ଜାତୀୟ

ବଦଳିପାରେ କଂଗ୍ରେସର ‘ଭାରତ ବଚାଓ’ ରାଲିର ତାରିଖ

ନୂଆଦିଲ୍ଲୀ,୧୯।୧୧: ଆସନ୍ତା ୩୦ ତାରିଖରେ କଂଗ୍ରେସ ପକ୍ଷରୁ ‘ଭାରତ ବଚାଓ’ ରାଲି କରାଯିବାର ତାରିଖ ଧାର୍ଯ୍ୟ କରାଯାଇଥିଲା। ହେଲେ ଏବେ ଏଥିରେ ପରିବର୍ତ୍ତନ କରାଯିବ ବୋଲି ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି। ସଂସଦର ଶୀତ ଅଧିବେଶନ ଚାଲିଥିବାରୁ ଏହାକୁ ଏବେ ବନ୍ଦ କରି ଦିଆଯାଇଥିବା କୁହାଯାଉଛି। ଡିସେମ୍ବର ୧୪ ପର୍ଯ୍ୟନ୍ତ ଏହି ରାଲିକୁ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ମୋଦି ସରକାରଙ୍କ ବିରୋଧରେ କଂଗ୍ରେସ ଏହି ରଲିର ଆୟୋଜନ କରିଥିଲା।

Share