Categories: ଜାତୀୟ

ବଦଳିପାରେ ମଧ୍ୟ ପ୍ରଦେଶ ରାଜନୈତିକ ପାଣିପାଗ, ନୂଆ ଦଳ ଗଠନ କରିପାରନ୍ତି ସିନ୍ଧିଆ

ଭୋପାଳ, ୨୮।୧୧: ମଧ୍ୟ ପ୍ରଦେଶରେ ନୂଆ ରାଜନୈତିକ ସମୀକରଣ ହେବାକୁ ଯାଉଛି। କଂଗ୍ରେସର ବରିଷ୍ଠ ନେତା ଜ୍ୟୋର୍ତିଆଦିତ୍ୟ ସିନ୍ଧିିଆ ନୂଆ ଦଳ ଗଠନ କରିବାକୁ ଯାଉଛନ୍ତି। ସିନ୍ଧିଆଙ୍କ ସମର୍ଥକ ବିଧାୟକ ସୁରେଶ ରଥଖେଡା ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମହାରାଜା ସାହେବ(ଜ୍ୟୋର୍ତିିଆଦିତ୍ୟ ସିନ୍ଧିଆ) କଂଗ୍ରେସ ଛାଡିବାର ସମ୍ଭାବନା ନାହିଁ। ସେ ଆଉ କୌଣସି ଦଳକୁ ମଧ୍ୟ ଯିବେ ନାହିଁ। ସେ ନିଜର ଏକ ଦଳ ଗଢିବେ। ସେ ଯଦି ଦଳ ଗଢିବେ ତେବେ ମୁଁ ପ୍ରଥମେ ତାଙ୍କ ଦଳରେ ଯୋଗ ଦେବି ବୋଲି ରଖଖେଡା କହିଛନ୍ତି। କଂଗ୍ରେସ ଦଳ ଅପେକ୍ଷା ମହାରାଜ ସାହେବ ମୋ ପାଇଁ ଆଗ ବୋଲି ସେ କହିଛନ୍ତି।

Share