ବଦଳିବେ ‘କସୌଟି ଜିନ୍ଦେଗୀର ଖଳନାୟିକା, ଆମନା ହେବେ ନୂଆ କୋମଲିକା

ମୁମ୍ବାଇ: ବଦଳିବେ ଲୋକପ୍ରିୟ ଟେଲି ଧାରାବାହିକ ‘କସୌଟି ଜିନ୍ଦେଗୀ କେ-୨’ର ଖଳନାୟିକା। ପୂର୍ବରୁ କୋମଲିକା ଚରିତ୍ରରେ ଅଭିନେତ୍ରୀ ହିନା ଖାନ୍‌ଙ୍କୁ ଦେଖିବାକୁ ମିଳୁଥିବା ବେଳେ ଏବେ ତାଙ୍କ ସ୍ଥାନ ନେବେ ଆମନା ଶରିଫ।

ତେବେ ଆମନା ଟେଲିଭିଜନ ଦୁନିଆର ସଂସ୍କାରୀ ବୋହୁ ଭାବେ ପରିଚିତ । ସେ ୬ ବର୍ଷ ଧରି ଟେଲିଜଗତରୁ ଦୂରେଇ ଯାଇଥିଲେ। ଏବେ ସେ ପୁଣି ଫେରୁଛନ୍ତି। ପୂର୍ବରୁ ତାଙ୍କୁ ‘କହିଁ ତୋ ହୋଗା’ ଧାରାବାହିକରେ ଦେଖିବାକୁ ମିଳିଛି। ଏପରିକି ସେ କିଛି ଫିଲ୍ମରେ ମଧ୍ୟ କାମ କରିଛନ୍ତି। ଆଲୁଚାଟ୍‌ ଏବଂ ଏକ ଭିଲେନ୍‌ ଜୈସିରେ ସେ ନଜର ଆସିଛନ୍ତି।

Share