Posted inଜାତୀୟ

ବଦଳିବ ଜେଲ ମାନୁଆଲ୍‌: ବନ୍ଦୀଙ୍କୁ ଜାତି ଆଧାରରେ କାମ ବାଣ୍ଟିବା ବନ୍ଦ

ନୂଆଦିଲ୍ଲୀ,୪ା୧୦(ପି.ଟି.):ଦେଶର ୧୧ ରାଜ୍ୟରେ ଜେଲ୍‌ ନିୟମାବଳୀରେ ରହିଥିବା ଜାତିଭିତ୍ତିକ ପକ୍ଷପାତିତାକୁ ସୁପ୍ରିମକୋର୍ଟ ଗୁରୁବାର ଖାରଜ କରିଦେଇଛନ୍ତି। ଉକ୍ତ ମାନୁଆଲ ଅନୁଯାୟୀ ବନ୍ଦୀମାନଙ୍କୁ କାର୍ଯ୍ୟ ବଣ୍ଟନ ବେଳେ ସେମାନଙ୍କୁ ଜାତିକୁ ଆଧାରକରି ପକ୍ଷପାତ କରାଯାଉଥିଲା ଓ ଅଲଗା ଓ୍ବାର୍ଡରେ ପୃଥକ ରଖାଯାଉଥିଲା। ୩ ମାସ ମଧ୍ୟରେ ଜେଲ ନିୟମାବଳୀରେ ପରିବର୍ତ୍ତନ ଆଣିବା ପାଇଁ ସୁପ୍ରିମକୋର୍ଟ ଉକ୍ତ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ଜେ.ବି. ପର୍‌ଡିଓ୍ବାଲା ଏବଂ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ କହିଛନ୍ତି, ପକ୍ଷପାତର ପ୍ରତିକାର ପାଇଁ ରାଷ୍ଟ୍ରର ସକାରାତ୍ମକ ଦାୟିତ୍ୱ ରହିଛି। ଜେଲ ଭିତରେ ଜାତି ଆଧାରିତ ପାତରଅନ୍ତର ଦୂର କରିବା ନିମନ୍ତେ ଖଣ୍ଡପୀଠ ଅନେକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ବର୍ତ୍ତମାନର ଜେଲ ମାନୁଆଲରେ ରହିଥିବା ବ୍ୟବସ୍ଥା ଅସାମ୍ବିଧାନିକ। ସମସ୍ତ ରାଜ୍ୟଙ୍କୁ ସେମାନଙ୍କ ଜେଲ ମାନୁଆଲରେ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦିଆଯାଉଛି ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ସେହିପରି ରାଜ୍ୟ ଜେଲ ନିୟମାବଳୀରେ ଅଭ୍ୟାସଗତ ଅପରାଧୀ ଶବ୍ଦ ଜାତି ଆଧାରିତ ହୋଇଥିଲେ, ତାହା ମଧ୍ୟ ଅସାମ୍ବିଧାନିକ ବୋଲି ସିଜେଆଇ କହିଛନ୍ତି। ଜେଲଗୁଡ଼ିକରେ ଜାତି ଆଧାରରେ ବନ୍ଦୀମାନଙ୍କ ପ୍ରତି ପକ୍ଷପାତ କରାଯାଉଥିବା ଜାଣିବା ପରେ ସର୍ବୋଚ୍ଚ ଅଦାଲତ ଏହାକୁ ନିଜ ଆଡ଼ୁ ବିଚାର ପାଇଁ ଗ୍ରହଣ କରିଥିଲେ। ରାୟର ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ଖଣ୍ଡପୀଠ ରାଜ୍ୟଗୁଡ଼ିକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏନସିପିର ଏକମାତ୍ର ବିଧାୟକ ଏବେ ଭାଜପାରେ

ରାଞ୍ଚି,୪।୧୦: ଝାଡ଼ଖଣ୍ଡ ଏନସିପି (ଅଜିତ ପାୱାର) ବିଧାୟକ ତଥା ଦଳର ରାଜ୍ୟ ସଭାପତି କମଲେଶ କୁମାର ସିଂ ଶୁକ୍ରବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି।...

ବଡ଼ ଭବିଷ୍ୟବାଣୀ: ମୁଖ୍ୟମନ୍ତ୍ରୀ ନୁହେଁ ପ୍ରଧାନମନ୍ତ୍ରୀ ହେବେ ପ୍ରଶାନ୍ତ କିଶୋର

ରୋହତାସ,୪।୧୦: ନିର୍ବାଚନ ରାଜନୀତିର ଚାଣକ୍ୟ ଭାବେ ବିବେଚିତ ପ୍ରଶାନ୍ତ କିଶୋର ଜନ ସୁରାଜ ନାମକ ଏକ ଦଳ ଘୋଷଣା କରିଛନ୍ତି। ପିକେଙ୍କ ଏହି ନିଷ୍ପତ୍ତିକୁ ନେଇ...

ନୀତୀଶ କୁମାରଙ୍କ ବଡ଼ ଘୋଷଣା: ବିଜୟା ଦଶମୀ ପୂର୍ବରୁ…

ପାଟନା,୪।୧୦: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ବନ୍ୟା ପୀଡିତଙ୍କୁ ପ୍ରତ୍ୟେକଙ୍କୁ ୭ ହଜାର ଟଙ୍କା ଦିଆଯିବ। ଶୁକ୍ରବାର ଅପରାହ୍ନରେ...

୫ ହଜାର ନୁହେଁ ମହିଳାଙ୍କ ଖାତାକୁ ଯିବ ୫୦ହଜାର ଟଙ୍କା, ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ସରକାର ମହିଳାଙ୍କ ପାଇଁ ବହୁ କଲ୍ୟାଣକାରୀ ଯୋଜନା ଆରମ୍ଭ କରିଛନ୍ତି। ଏହା ଅଧୀନରେ କେନ୍ଦ୍ର ସରକାର ମହିଳା ସଶକ୍ତିକରଣ ଲକ୍ଷ୍ୟରେ ଆଉ ଏକ...

ବିମାନରୁ ବାହାରିଲା ଧୂଆଁ, ଅଟକିଗଲା ୧୪୮ ଯାତ୍ରୀଙ୍କ ନିଶ୍ୱାସ

ଥିରୁଭାନନ୍ତପୁରମ,୪।୧୦: ଶୁକ୍ରବାର ଥିରୁଭାନନ୍ତପୁରମ ବିମାନବନ୍ଦରରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ (IX- 549) ର ଜରୁରୀକାଳୀନ ଅବତରଣ କରାଯାଇଥିଲା। ଉଡ଼ାଣ ପରେ ବିମାନରୁ ଧୂଆଁ ବାହାରିବା...

ତୃତୀୟ ମହଲାରୁ ଡେଇଁଲେ ଉପ ବାଚସ୍ପତି

ମୁମ୍ବାଇ,୪।୧୦: ମହାରାଷ୍ଟ୍ରରେ ଅଜିତ ପାୱାରଙ୍କ ଦଳର ଉପ ବାଚସ୍ପତି ନରହରୀ ଝିରୱଲ ଛାତରୁ ଡେଇଁପଡି ସୁରକ୍ଷା ଜାଲରେ ଫସି ରହିଥିଲେ। ସେ ଏସଟି କୋଟା ଅନ୍ତର୍ଗତ...

ଶେଷରେ ଅନଶନ ଭାଙ୍ଗିଲେ ସୋନମ ଓ୍ବାଙ୍ଗଚୁକ୍‌: କହିଲେ- ଶୀଘ୍ର ପ୍ରଧାନମନ୍ତ୍ରୀ-ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଭେଟିବେ…

ନୂଆଦିଲ୍ଲୀ,୪।୧୦: କ୍ଲାଇମେଟ୍‌ ଆକ୍ଟିଭିଷ୍ଟ ସୋନମ ଓ୍ବାଙ୍ଗଚୁକ୍‌ ନିଜର ଅନଶନ ଭାଙ୍ଗିଛନ୍ତି । ସେ ଲଦାଖର କିଛି ଲୋକଙ୍କ ସହ ରାଜଘାଟରେ ଥିବା ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳରେ...

ଆରମ୍ଭ ହେଲା PM Internship ଯୋଜନା, ଯୁବପିଢିଙ୍କୁ ପ୍ରତି ମାସକୁ ମିଳିବ ୫ହଜାର, ଜାଣନ୍ତୁ କେମିତି କରିବେ ଆବେଦନ…

ନୂଆଦିଲ୍ଲୀ,୪।୧୦: ଯୁବକମାନଙ୍କୁ ନିଯୁକ୍ତି ଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର ପାଇଲଟ ପ୍ରୋଜେକ୍ଟ ପିଏମ ଇଣ୍ଟର୍ନସିପ ସ୍କିମ ଆରମ୍ଭ କରିଛନ୍ତି। ଏଥିପାଇଁ ଅକ୍ଟୋବର ୧୨ରୁ ଅନଲାଇନ ଆବେଦନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri