Categories: ଜାତୀୟ

ବଦଳିବ ଦିଲ୍ଲୀ ମେଟ୍ରୋ ଷ୍ଟେଶନର ନାମ

ନୂଆଦିଲ୍ଲୀ,୩୧।୧୨: ଦିଲ୍ଲୀ ସରକାର ମଙ୍ଗଳବାର ଘୋଷଣା କରିଛନ୍ତି ପ୍ରଗତି ମଇଦାନ ମେଟ୍ରୋ ଷ୍ଟେଶନର ନାଁ ପରିବର୍ତ୍ତନ କରାଯାଇ ସୁପ୍ରିମ କୋର୍ଟ ମେଟ୍ରୋ ଷ୍ଟେଶନ ରଖାଯିବ। ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଗୋଟିଏ ମାସ ମଧ୍ୟରେ ମେଟ୍ରୋ ଷ୍ଟେଶନର ନାଁ ପରିବତର୍ତ୍ତନ ସହ ଏହାର ଉପସ୍ଥାପନାରେ ମଧ୍ୟ ପରିବର୍ତ୍ତନ କରାଯିବ। ସେହିପରି ମୁବାରକ ଚୌକ ଓ ଫ୍ଲାଏ ଓଭରର ନାଁରେ ମଧ୍ୟ ପରିବର୍ତ୍ତନ କରାଯିବ। ସେମିତି ଅନ୍ୟ କିଛି ରାସ୍ତାର ନାଁ ମଧ୍ୟ ପରିବର୍ତ୍ତନ କରାଯାଇ ପାରେ ବୋଲି ଜଣାପଡିଛି।

Share