Categories: ଜାତୀୟ

ବଦଳିବ ବହିର୍ବ୍ୟାପାର ମନ୍ତ୍ରଣାଳୟ ଢାଞ୍ଚା

ନୂଆଦିଲ୍ଲୀ,୧ା୨(ଆଇଏଏନ୍‌ଏସ୍‌): ବହିର୍ବ୍ୟାପାର ମନ୍ତ୍ରଣାଳୟ (ଏମ୍‌ଇଏ)ର ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ସଂସ୍କାର ଆଣିବା ପାଇଁ କେନ୍ଦ୍ର ସରକାର ଏଥିରେ ଢାଞ୍ଚାଗତ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ଏମ୍‌ଇଏର ବିକେନ୍ଦ୍ରୀକରଣ କରାଯିବ। କନ୍‌ସୁଲାର ସେବାଗୁଡ଼ିକରେ ଭିନ୍ନ ଭିନ୍ନ ବ୍ୟବସ୍ଥା କରାଯିବ। ଏହାସହ ପ୍ରଶାସନିକ ବ୍ୟାପାରକୁ ମଧ୍ୟ କୂଟନୈତିକ ବ୍ୟପାରରୁ ପୃଥକ୍‌ କରାଯିବ। ପ୍ରତ୍ୟେକ ବିଭାଗରେ ଅତିରିକ୍ତ ସଚିବସ୍ତରର ଜଣେ ଲେଖାଏ ‘ପଲିଟିକାଲ ଡାଇରେକ୍ଟର’ ରହିବେ ବୋଲି ଜଣାପଡ଼ିଛି।

Share