Categories: ମେଟ୍ରୋ

ବଦଳିବ ଭୁବନେଶ୍ୱରର ପାର୍କିଂ ଢାଞ୍ଚା

ଭୁବନେଶ୍ୱର,୭।୨(ବ୍ୟୁରୋ): ସହରର ପାର୍କିଂ ପଲିସି ଓ ଏନ୍‌ଏମ୍‌ଟି କାର୍ଯ୍ୟକାରିତା ନେଇ ଗୁରୁବାର ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ସିଏଲ), ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଓ ଜର୍ମାନ ସଂସ୍ଥା ଜିଆଇଜେଡ଼ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କର୍ମଶାଳାକୁ ବିଏସ୍‌ସିଏଲ୍‌ର ସିଇଓ ପ୍ରେମଚନ୍ଦ୍ର ଚୌଧାରୀ ଉଦ୍‌ଘାଟନ କରି କହିଲେ, ସମୟାନୁକ୍ରମେ ସହରର ଢ଼ାଞ୍ଚା ବଦଳିବା ସହ ଜନସଂଖ୍ୟା ଓ ଗାଡ଼ିମୋଟର ସଂଖ୍ୟା ବୃଦ୍ଧି ପାଉଛି। ତେଣୁ ଆମକୁ ନନ୍‌ ମୋଟୋରାଇଜ୍‌ଡ ଟ୍ରାନ୍ସପୋର୍ଟ (ସାଇକେଲ, ରିକ୍ସା, ଇ-ଯାନ) ବ୍ୟବହାର କରିବା ସହ କମ୍‌ ସ୍ଥାନରେ ଅଧିକ ଯାନ ପାର୍କିଂ ପାଇଁ ବ୍ୟବସ୍ଥା କରିବାକୁ ପଡ଼ିବ। ଏନେଇ ଏନେଇ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ସହରକୁ ଆଗକୁ ନେବା ପାଇଁ ହେଲେ ସମସ୍ତଙ୍କ ସହଯୋଗ ଆବାଶ୍ୟକ ବୋଲି ସେ କହିଥିଲେ। ଏହି ଅବସରରେ ସହର ଉନ୍ନତୀକରଣ ସହ ପାର୍କିଂ ପଲିସି ଆପଣାଇବା, ଟ୍ରାଫିକ୍‌ ସମସ୍ୟା ହ୍ରାସ କରିବା ଓ ଭୁବନେଶ୍ୱର ସହରକୁ ନୂଆ ଢ଼ଙ୍ଗରେ ପରିଚାଳନା କରିବା ନେଇ ଆଲୋଚନା ହୋଇଥିଲା। ଟ୍ରାଫିକ ଡିସିପି ସାଗରିକା ନାଥଙ୍କ ସମେତ ବହୁ ବରିଷ୍ଠ ଟ୍ରାଫିକ୍‌ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

Share