Categories: ରାଜ୍ୟ

ବଦଳିଲା ପାର୍କ ସମୟ: ଶଟ୍‌ଡାଉନ୍‌ରେ ବନ୍ଦ

ଭୁବନେଶ୍ୱର, ୩।୬(ବ୍ୟୁରୋ): ବିଏମ୍‌ସି ଅଧୀନ ସବୁ ପାର୍କ ସମୟରେ ପରିବର୍ତ୍ତନ କରାଯାଇଛି। ଏଣିକି ସକାଳ ୫ ଟାରୁ ୧୦ଟା ଓ ଅପରାହ୍ନ ୪ରୁ ସନ୍ଧ୍ୟା ୬ଟା ଯାଏ ପାର୍କ ଖୋଲିବ। ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ପାଇଁ ସକାଳ ୫ରୁ ୭ଟା ଯାଏ ପାର୍କରେ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି। ଏହି ସମୟରେ ଅନ୍ୟ ବୟସର ଲୋକଙ୍କ ପାଇଁ ପାର୍କ ଯିବାକୁ ବାରଣ କରାଯିବ। ସକାଳ ୫ରୁ ୭ଟା ବ୍ୟତୀତ ଅନ୍ୟ ସମୟରେ ବୟସ୍କ ଲୋକ ପାର୍କ ଯାଇପାରିବେ ନାହିଁ। ଅନ୍ୟପକ୍ଷରେ ଶନିବାର ଓ ରହିବାର ଶଟ୍‌ଡାଉନ ସମୟରେ ପାର୍କ ସମ୍ପୂର୍ଣ୍ଣ ବନ୍ଦ ରହିବ।
ପ୍ରକାଶ ଯେ, ପୂର୍ବରୁ କରୋନା କଟକଣା କୋହଳ ପରେ ପାର୍କ ଖୋଲାଯାଇଥିଲା। ସକାଳ ୭ରୁ ୧୦ଟା ଓ ଅପରାହ୍ନ ୪ରୁ ୬ଟା ପର୍ଯ୍ୟନ୍ତ ପାର୍କ ଖୋଲା ଥିଲା। ତେବେ ଏହି ସମୟରେ ସବୁ ବୟସର ଲୋକେ ପାର୍କକୁ ଯାଇପାରୁଥିଲେ।

Share