Categories: ଜାତୀୟ

ବଦଳିଲା ଫୈଜାବାଦ ଜଙ୍କସନର ନାମ

ଲକ୍ଷ୍ନୌ,୨ ।୧୧: ଉତ୍ତର ପ୍ରଦେଶର ଫୈଜାବାଦ ରେଲୱେ ଜଙ୍କସନର ନାମ ପରିବର୍ତ୍ତନ କରାଯାଇ ଅଯୋଧ୍ୟା କାଣ୍ଟ କରିଦିଆଯାଇଛି । ଏହାକୁ ନେଇ ଅଧିସୂଚନା ଜାରି କରାଯାଇଛି । ପ୍ରମୁଖ ସଚିବ ଲୋକ ନିର୍ମାଣ ବିଭାଗ ନିତିନ ରମେଶ ଗୋକର୍ନ ଏହି ଅଧିସୂଚନା ଜାରି କରିଛନ୍ତି । ଏହି ନାମ ପରିବର୍ତ୍ତନର ନିଷ୍ପତ୍ତି ବହୁ ପୂର୍ବରୁ ନିଆ ସରିଥିଲା । ଆଉ ଏବେ ଅଧିସୂଚନା ଜାରି କରାଯାଇଛି । ସୂଚନାଯୋଗ୍ୟ, ଗତ ଅକ୍ଟୋବରରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ ଟୁଇଟ୍ କରାଯାଇଥିଲା କି , ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଫୈଜାବାଦ ରେଲୱେ ଜଙ୍କସନର ନାମ ‘ଅଯୋଧ୍ୟା କାଣ୍ଟ’ କରିବାକୁ ନିଷ୍ପତ୍ତି ନେଇଛନ୍ତି । କେବଳ ସେତିକି ନୁହେଁ ଯୋଗୀ ଆଦିତ୍ୟନାଥଙ୍କ ଭାରତୀୟ ଜନତା ପାର୍ଟି(ଭାଜପା) ସରକାର ୨୦୧୮ରେ ଫୌଜାବାଦ ଜିଲା ଓ ମଣ୍ଡଳର ନାମ ପରିବର୍ତ୍ତନ କରି ଅଯୋଧ୍ୟା କରିଦେଇଥିଲେ । ସେହିପରି ଭାଜପା ସରକାର ଇଲାହବାଦର ନାମ ପରିବର୍ତ୍ତନ କରି ପ୍ରୟାଗରାଜ ଓ ମୁଗଲସରାୟ ଜଙ୍କସନର ନାମ ପରିବର୍ତ୍ତନ କରି ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜଙ୍କସନ କରିଦେଇଛନ୍ତି ।

Share