ନୂଆଦିଲ୍ଲୀ,୧୮।୬: ଗୋଟିଏ ପଟେ ସାମୁଦ୍ରିକ ଝଡ଼ ‘ବାୟୁ’ ତା’ର ଗତିପଥ ବଦଳାଇ ପୁଣି ଗୁଜରାଟ ମୁହାଁ ହୋଇଥିବା ବେଳେ ଅନ୍ୟପଟେ ଏହାର ପ୍ରଭାବରେ ଦେଶର କିଛି ଅଂଶରେ ବର୍ଷା ହୋଇ ଯାଇଛି। ପ୍ରବଳ ଗ୍ରୀଷ୍ମରେ ଆଉଟୁ ପାଉଟୁ ହେଉଥିବା ରାଜଧାନୀବାସୀ ମଧ୍ୟ ସାମାନ୍ୟ ଆଶ୍ୱସ୍ତ ଅନୁଭବ କରିଛନ୍ତି। ସୋମବାର ଦିଲ୍ଲି ଏନ୍ସିଆର୍ରେ ବର୍ଷା ହେବା ଫଳରେ ସେଠାକାର ତାପମାତ୍ରାରେ ପରିବର୍ତ୍ତନ ଆସିଛି। ମଙ୍ଗଳବାର ମଧ୍ୟ ଝିପିଝିପି ବର୍ଷା ସାଙ୍ଗକୁ କୋହଲା ପାଗ ଯୋଗୁ ଦିଲ୍ଲୀବାସୀ ଅସହ୍ୟ ଗରମରୁ ସାମାନ୍ୟ ତ୍ରାହି ପାଇଛନ୍ତି। ଆସନ୍ତା ଦିନେ ୨ ଦିନ ପର୍ଯ୍ୟନ୍ତ ଏହି ପାଗ ଲାଗି ରହିବ ବୋଲି କହିଛି ଜାତୀୟ ପାଣିପାଗ ବିଭାଗ।