ବଦଳିଲା ସମୟ: ଏଣିକି ୯ଟାରୁ ସାଢ଼େ ୪ଟା ଯାଏ ସ୍କୁଲରେ ରହିବେ ଶିକ୍ଷୟିତ୍ରୀ-ଶିକ୍ଷକ

ଭୁବନେଶ୍ୱର,୧୮।୯(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲ ସମୟରେ ପରିବର୍ତ୍ତନ କରାଯାଇଛି। ଏଥିସହ ବଦଳିଛି ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ କାର୍ଯ୍ୟ ସମୟ। ପୂର୍ବରୁ ୧୦ଟାରୁ ୪ଟା ଯାଏ ସେମାନେ ସ୍କୁଲରେ ରହୁଥିବା ବେଳେ ଏବେ ସେମାନେ ୯ଟାରୁ ସାଢ଼େ ୪ଟା ପର୍ଯ୍ୟନ୍ତ ରହିବେ। ସେହିଭଳି ଛାତ୍ରୀଛାତ୍ରମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଉଦ୍ଦେଶ୍ୟରେ ସବୁ ସ୍କୁଲରେ ଫିଲଟର୍‌ ପାଣି ବ୍ୟବସ୍ଥା କରାଯିବ। ଏଥିସହ ଶ୍ରେଣୀଗୃହରେ ଛାତ୍ରଛାତ୍ରୀମାନେ ତଳେ ନ ବସି ମ୍ୟାଟ୍‌ରେ ବସିବେ। ଏହି ନୂଆ ନିୟମ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share