Categories: ଜାତୀୟ

ବଦଳିଲା ସରକାରଙ୍କ ନିଷ୍ପତ୍ତି: ପୂର୍ବପରି କାମ କରିବେ ୨୫ ହଜାର ହୋମଗାର୍ଡ

ଲକ୍ଷ୍ନୌ,୨୪।୧୦: ଉତ୍ତର ପ୍ରଦେଶ ସରକାର ୨୫ ହଜାର ହୋମଗାର୍ଡଙ୍କୁ ଦୀପାବଳି ଉପହାର ପ୍ରଦାନ କରିଛନ୍ତି। ଏମାନେ ସମସ୍ତେ ପୂର୍ବପରି ସେମାନଙ୍କ କାର୍ଯ୍ୟ ଜାରି ରଖିବେ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, କିଛିଦିନ ପୂର୍ବେ ୨୫ ହଜାର ହୋମଗାର୍ଡଙ୍କୁ ଚାକିରିରୁ ନିଲମ୍ବନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ପୋଲିସ ମୁଖ୍ୟାଳୟର ଏଡିଜି ବିପି ଜୋଗଦଣ୍ଡ ଏନେଇ ନିର୍ଦ୍ଦେଶନାମା ଜାରି କରିଥିଲେ। ହେଲେ ପରେ ଉକ୍ତ ବିଭାଗର ମନ୍ତ୍ରୀ ଚେତନ ଚୌହାନ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ଯୋଗୀ ତାଙ୍କୁ ଆଶ୍ୱସନା ଦେଇଥିଲେ କି ସେ ୨୫ ହଜାର ହୋମଗାର୍ଡଙ୍କ କଥା ନିଶ୍ଚୟ ବୁଝିବେ।

Share