ଲକ୍ଷ୍ନୌ,୨୨।୧୦: ଦିଲ୍ଲୀ ପରେ ଏବେ ଉତ୍ତରପ୍ରଦେଶରେ ବଦଳିଲା ପୋଲିସ ହେଲ୍ପ ଲାଇନ ନମ୍ବର। ଏଣିକି ପୋଲିସର ସାହାଯ୍ୟ ପାଇଁ ଲୋକେ ୧୦୦ ବଦଳରେ ୧୧୨ ନମ୍ବର ଡାଏଲ୍ କରିପାରିବେ। ଏହି ନୂଆ ନମ୍ବରକୁ ଅକ୍ଟୋବର ୨୬ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁଭାରମ୍ଭ କରିବେ। ଏହି ନମ୍ବରରେ ଆମ୍ମୁଲାନ୍ସ, ଅଗ୍ନିଶମ ଓ ଜରୁରୀକାଳୀନ ସେବାକୁ ସଂଯୁକ୍ତ କରାଯିବ। ତେବେ ନୂଆ ନମ୍ବର ଲାଗୁ ହେବା ପରେ ମଧ୍ୟ ପୁରୁଣା ନମ୍ବର ଜାରି ରହିବ।