Advertisement

ବଦଳିଲେ ପୁରୀ ସିଡିଏମ୍‌ଓ, ବାତ୍ୟା ସମୟରେ କାର୍ଯ୍ୟରେ ଅବହେଳା ଲାଗି ୪ ଡାକ୍ତର ନିଲମ୍ବିତ

ଭୁବନେଶ୍ୱର,୧୮।୫(ବ୍ୟୁରୋ): ଶନିବାର ବଦଳିଛନ୍ତି ପୁରୀ ସିଡିଏମ୍‌ଓ। ତାଙ୍କ ସ୍ଥାନରେ ଡା. ଅମରେନ୍ଦ୍ର ନାଥ ମହାନ୍ତିଙ୍କୁ ନିଯୁକ୍ତି ମିଳିଛି। ଏହାଛଡ଼ା ବାତ୍ୟା ‘ଫନୀ’ ସମୟରେ କାର୍ଯ୍ୟରେ ଅବହେଳାକୁ ନେଇ ପୁରୀ ଜିଲାର ୪ଜଣ ଡାକ୍ତରଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି। ସେମାନେ ହେଲେ ଡା. ଜାକେଶ ସାମନ୍ତରାୟ, ଡା. ବାପୁଜୀ ନାୟକ, ଡା. ଜାହାନା ପରବୀନ ଓ ଡା. ଜସ୍ମୀନ ନୀଳିମା ପଣ୍ଡା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel