Categories: ଜାତୀୟ

ବଦଳିଲେ ଭାଜପାର ରାଜ୍ୟ ଅଧ୍ୟକ୍ଷ

ଭୋପାଳ,୧୫।୨: ଭାରତୀୟ ଜନତା ପାର୍ଟି(ଭାଜପା) ଅଧ୍ୟକ୍ଷ ଜେ.ପି. ନଡ୍ଡା କେତେକ ରାଜ୍ୟର ଅଧ୍ୟକ୍ଷଙ୍କୁ ବଦଳାଇଥିବା ଜଣାପଡ଼ିଛି। ଶନିବାର ରାକେଶ ସିଂହଙ୍କ ସ୍ଥାନରେ ବିଷ୍ଣୁ ଦତ୍ତ ଶର୍ମାଙ୍କୁ ମଧ୍ୟପ୍ରଦେଶର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ପୂର୍ବରୁ ବିଷ୍ଣୁ ଦତ୍ତ ଖଜୁରାହୋର ଏମ୍‌ପି ରହିଥିଲେ। ବର୍ତ୍ତମାନ ସେ ମଧ୍ୟପ୍ରଦେଶର ଦାୟିତ୍ୱ ସମ୍ଭାଳିବେ। ସେହିପରି ଦଲ ବାହାଦୂର ଚୌହାନଙ୍କୁ ସିକ୍କିମ ରାଜ୍ୟର ଅଧ୍ୟକ୍ଷ ଓ କେ. ସୁରେନ୍ଦ୍ରନଙ୍କୁ କେରଳର ଭାଜପା ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିବା ସୂଚନା ମିଳିଛି।

Share