ବଦଳିଲେ ୨୭ ମେଡିକାଲ ଅଫିସର

ଭୁବନେଶ୍ୱର, ୮।୯(ବ୍ୟୁରୋ): ରାଜ୍ୟ ସରକାର ୨୭ ଜଣ ମେଡିକାଲ ଅଫିସରଙ୍କୁ ପଦୋନ୍ନତି ଓ ବଦଳି କରିଛନ୍ତି। ଏ ନେଇ ଶନିବାର ସ୍ଥାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସେମାନଙ୍କ ମଧ୍ୟରୁ ୧୪ ଜଣ ମେଡିକାଲ ଅଫିସରଙ୍କୁ ବଦଳି କରାଯାଇଥିବାବେଳେ ୧୩ ଜଣଙ୍କୁ ପଦୋନ୍ନତି ଦିଆଯାଇ ବିଭିନ୍ନ ସ୍ଥାନରେ ଅବସ୍ଥାପିତ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟିୀ ନବରଙ୍ଗପୁର ମେଡିକାଲ ଅଫିସର ଲକ୍ଷ୍ମୀଧର ସାହୁଙ୍କୁ ବୌଦ୍ଧ ବଦଳି କରାଯାଇଥିବାବେଳେ ଜଗତସିଂହପୁର ମେଡିକାଲ ଅଫିସର ଅଜୟ କୁମାର ବୈଥାରୁଙ୍କୁ ମୟୂରଭଞ୍ଜ, ପ୍ରଦୀପ କୁମାର ମହାପାତ୍ରଙ୍କୁ ମୟୂରଭଞ୍ଜ, ସନ୍ତୋଷ କୁମାର ସ୍ବାଇଁଙ୍କୁ ନବରଙ୍ଗପୁର, କୌଶଲ୍ୟା ପ୍ରଧାନଙ୍କୁ ରାଉରକେଲା, ଜଗଦୀଶ ବାରିକଙ୍କୁ ଝାରସୁଗୁଡା, ଅମରେନ୍ଦ୍ର ନାଥ ମହାନ୍ତିଙ୍କୁ ଅନୁଗୋଳକୁ ବଦଳି କରାଯାଇଛି। ସେହିପରି ନୀଳକଣ୍ଠ ମିଶ୍ରଙ୍କୁ ପୁରୀ ବଦଳି କରାଯାଇଥିବାବେଳେ ରଶ୍ମି ପ୍ରକାଶ ଶତପଥୀଙ୍କୁ କ୍ୟାପିଟାଲ ହସ୍ପିଟାଲ, ସତ୍ୟବ୍ରତ ଛୋଟରାୟଙ୍କୁ କଟକ, ଆର୍ତ୍ତବନ୍ଧୁ ନାୟକଙ୍କୁ ରାୟଗଡା, ବିମଳପ୍ରଭା ସାହୁଙ୍କୁ ଭୁବନେଶ୍ୱର, ସଞ୍ଜୁକ୍ତା ସାହୁଙ୍କୁ ଭୁବନେଶ୍ୱର ଲବଂ ଇତମାଚନ୍ଦ ସାହୁଙ୍କୁ ବଲାଙ୍ଗୀର ମେଡିକାଲ ଅଫିସର ଭାବେ ବଦଳି କରାଯାଇଛି। ଅନୁରୂପ ଭାବେ ୧୩ ଜଣ ଅତିରିକ୍ତ ନିର୍ଦ୍ଦେଶକ ଲେଭେଲ-୧ ମେଡିକାଲ ଅଫିସରଙ୍କୁ ଲେଭଲ-୧କୁ ପଦୋନ୍ନତି ଦିଆଯାଇ ବଦଳି କରାଯାଇଛି। ପଦୋନ୍ନତି ପାଇଥିବା ମେଡିକାଲ ଅଫିସରମାନେ ହେଲେ ମନୋଜ କୁମାର ଉପାଧ୍ୟାୟ, ଜଗନ୍ନାଥ ପହି, ବଟକୃଷ୍ଣ ମୋହଲା, ଅଶୋକ କୁମାର ଦାଶ, ଶଶୀଭୂଷଣ ପଟେଲ, ଶିଶିର କୁମାର ରଥ, ବାନାର୍ଜୀ ପ୍ରସାଦ ଛୋଟରାୟ, ଦିଲ୍ଲୀପ କୁମାର ପଣ୍ଡା, ସଞ୍ଜିତ ପଟ୍ଟନାୟକ, ବିଜୟ ପଣ୍ଡା, ପୁଷ୍ପାଂଶୁ ସାହୁ, ଅରୁଣ କୁମାର ପାତ୍ର ଏବଂ ରାଜଶ୍ରୀ ପଟ୍ଟନାୟକ।

Share