ବଦଳିଲେ ୩ ଜିଲା ଯୋଜନା କମିଟି ଅଧ୍ୟକ୍ଷ

ଭୁବନେଶ୍ୱର,୧୩।୧୨(ବ୍ୟୁରୋ) : ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କୁ କଳାହାଣ୍ଡି ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଛି। ପୂର୍ବରୁ ଏହି ପଦରେ ମହିଳା ଓ ଶିଶୁ କଲ୍ୟାଣ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଅବସ୍ଥାପିତ ଥିଲେ। ସେହିପରି ଟୁକୁନି ସାହୁଙ୍କୁ ଦେଓଗଡ ଜିଲା ଯୋଜନାକମିଟି ଅଧ୍ୟକ୍ଷାଭାବେ ନିଯୁକ୍ତି କରାଯାଇଛି। ଏହି ପଦରେ ପୂର୍ବରୁ ଇସ୍ପାତ ଓ ଖଣି ଏବଂ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଅବସ୍ଥାପିତ ଥିଲେ। ଅନୁରୂପଭାବେ ଗ୍ରାମ୍ୟ ଉନ୍ନୟନ, ଶ୍ରମ ଏବଂ ଇଏସ୍‌ଆଇ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ବଲାଙ୍ଗୀର ଜିଲା ଯୋଜନା କମିଟିର ଅଧ୍ୟକ୍ଷଭାବେ ନିଯୁକ୍ତି କରାଯାଇଛି। ଏହି ପଦରେ ପୂର୍ବରୁ ମନ୍ତ୍ରୀ ନବ କିଶୋର ଦାସ କାର୍ଯ୍ୟ କରୁଥିଲେ। ଉପରୋକ୍ତ ନିଯୁକ୍ତି ସମ୍ପର୍କରେ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Share