Advertisement

ବଦଳି ଗଲାଣି କି ରାହୁଲଙ୍କ ଲୁକ୍‌

ନୂଆଦିଲ୍ଲୀ,୧୯।୬: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାଙ୍କ ଲୁକ୍‌ରେ ପରିବର୍ତ୍ତନ କରିଥିବା ଆଲୋଚନା ହେଉଛି। ସେ ତାଙ୍କ ନୂଆ ଲୁକ୍‌ରେ ଯୁବକ ବଦଳରେ ଟିକେ ମ୍ୟାଚ୍ୟୁୟର ଲାଗୁଛନ୍ତି। ତାଙ୍କର କେଶ ମଧ୍ୟ ସାମାନ୍ୟ ଧଳା ଦେଖାଯାଉଛି। ତେବେ ଟେଲିଭିଜନ ପରଦାରେ ଏହା ସ୍ପଷ୍ଟ ବାରି ହୋଇ ପଡୁଛି ବୋଲି ଆଲୋଚନା ହେଉଛି। ଏବେକାର ଲୁକ୍‌ରେ ରାହୁଲଙ୍କ କେଶ ସାମାନ୍ୟ ଲମ୍ବା ହୋଇଯାଇଥିବା ବେଳେ କମ୍‌ ହୋଇଯାଇଥିବା କୁହାଯାଉଛି। ତେବେ ରାହୁଲ କାହିଁକି ତାଙ୍କ ଲୁକ୍‌ ପରିବର୍ତ୍ତନ କରିଛନ୍ତି ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ କେହି କେହି ଏହାକୁ ଲକ୍‌ଡାଉନ ଲୁକ୍ସ ବୋଲି ମଧ୍ୟ କହୁଛନ୍ତି।

ପୂର୍ବରୁ ତାଙ୍କ ମୁହଁ ଗୋଲ୍‌ ଲାଗୁଥିବା ବେଳେ ଏବେ କିନ୍ତୁ କ୍ଲିନ୍‌ ସେଭ୍‌ ସହ ସାମାନ୍ୟ ଲମ୍ବା ଲାଗୁଛି। ପୂର୍ବରୁ ସେ ଅଧିକାଂଶ ସମୟ ଧଳା ପଞ୍ଜାବି ଟ୍ରାଉଜର ପିନ୍ଧୁଥିବା ବେଳେ ଏବେ କିନ୍ତୁ ଭିନ୍ନ ଭିନ୍ନ ରଙ୍ଗର ଫର୍ମାଲ ସର୍ଟ ପିନ୍ଧୁଥିବା ଦେଖାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share