ବଦଳି ଗଲା ପାଥୋଲଜି ରିପୋର୍ଟ : ୩ ବର୍ଷର ବାଳିକାକୁ ମିଳିଲା ୫୫ବର୍ଷ ବ୍ୟକ୍ତିଙ୍କ ରିପୋର୍ଟ

ବଲାଙ୍ଗୀର ଅଫିସ, ୧୯ା୨ – ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରୁ ବିବାଦ ପିଛା ଛାଡୁ ନାହିଁ ା କିଛିବର୍ଷ ତଳେ ଶିଶୁ ବଦଳ ଘଟଣାକୁ ନେଇ ହସ୍ପିଟାଲରେ ନାହିଁ ନ ଥିବା ପରିସ୍ଥିିତ ସୃଷ୍ଟି ହୋଇଥିଲା ା ମଙ୍ଗଳବାର ପାଥୋଲଜି ରିପୋର୍ଟ ବଦଳ ଘଟଣା ଚର୍ଚ୍ଚାର ବିଷୟ ହୋଇଛି ା ବଲାଙ୍ଗୀର ଚିମନିଭାଟିପଡାର ସଂକୀର୍ତ୍ତନ ବେହେରାଙ୍କ ଝିଅ ଅନୁଷ୍କା(୩)ଙ୍କୁ ଜ୍ୱର ହେବାରୁ ଭୀମଭୋଇ ମେଡିକାଲ ହସ୍ପିଟାଲ ଯାଇ ଡାକ୍ତରଙ୍କୁ ପରାମର୍ଶ କରିଥିଲେ ା ଝିଅର ଜ୍ୱର ଦେଖି ଡାକ୍ତର ରକ୍ତ, ମଳମୂତ୍ର ପରୀକ୍ଷା କରିବାକୁ କହିଥିଲେ। ଡାକ୍ତରଙ୍କ ପରାମର୍ଶକ୍ରମେ ହସ୍ପିଟାଲର କେନ୍ଦ୍ରୀୟ ପରୀକ୍ଷାଗାରର ନିଦାନ କେନ୍ଦ୍ରରେ ଅନୁଷ୍କାଙ୍କ ରକ୍ତ, ମୂତ୍ର ପରୀକ୍ଷା ପାଇଁ ଦେଇଥିଲେ ା ପରୀକ୍ଷା ପରେ ସେଠାରୁ ପରୀକ୍ଷା ରିପୋର୍ଟ ସଂଗ୍ରହ କରି ଡାକ୍ତରଙ୍କୁ ଦେଖାଇଥିଲେ। ଡାକ୍ତର ପ୍ରେସକ୍ରିପସନ ଅନୁଯାୟୀ ଔଷଧ ନେଇ ସଂକୀର୍ତ୍ତନ ଘରକୁ ଫେରିଥିଲେ ା ତେବେ ଘରେ ରକ୍ତ ଓ ମୂତ୍ର ପରୀକ୍ଷା ରିପୋର୍ଟ ଦେଖିବା ପରେ ଏହା ବାଲେଶ୍ୱର ଶବର(୫୫)ଙ୍କ ରିପୋର୍ଟ ବୋଲି ଜଣାପଡିଥିଲା ା ଉକ୍ତ ରିପୋର୍ଟ ଧରି ପରିବାର ଲୋକେ ହସ୍ପିଟାଲର ନିଦାନ କେନ୍ଦ୍ରକୁ ଆସି କିଭଳି ପରିସ୍ଥିତିରେ ରିପୋର୍ଟ ବଦଳିଛି ବୋଲି ପ୍ରଶ୍ନ କରିଥିଲେ ା ଏହି ଘଟଣାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା ା ୩ବର୍ଷର ଜଣେ ଝିଅଙ୍କ ରିପୋର୍ଟ ନଦେଇ ୫୫ ବର୍ଷର ଜଣେ ବ୍ୟକ୍ତିଙ୍କ ରିପୋର୍ଟ କିଭଳି ପ୍ରଦାନ କରାଗଲା ବୋଲି ହସ୍ପିଟାଲ ପାଥୋଲଜି ବିଭାଗ ମୁଖ୍ୟ ଡା ମନୋଜ ପାତ୍ରଙ୍କୁ ପ୍ରଶ୍ନ କରିଥିଲେ ା ତେବେ ଅଭିଯୋଗର ତଦନ୍ତ କରାଯିବା ପରେ ଅନୁଷ୍କା ପାତ୍ରଙ୍କ ରିପୋର୍ଟ ୧୨୧ ନମ୍ବର ଥିବାବେଳେ ତାଙ୍କୁ ଭୁଲକ୍ରମେ ୧୨୫ ନମ୍ବର ରିପୋର୍ଟ ପ୍ରଦାନ କରାଯାଇଥିବା ଜଣାପଡିଥିଲା ା କିଭଳି ପରିସ୍ଥିତିରେ ଏଭଳି ଭୁଲ ହେଲା ତାହାକୁ ନେଇ ତଦନ୍ତ କରାଯିବାକୁ ଲୋକେ ଦାବି କରିଥିଲେ ା ବଲାଙ୍ଗୀର ହସ୍ପିଟାଲରେ ଲୋକଙ୍କ ଜୀବନ ସହ ଖେଳ ଖେଳାଯାଉଥିବା ଲୋକେ ଅଭିଯୋଗ କରିଥିଲେ ା ଏ ନେଇ ଗଣମାଧ୍ୟମ ପ୍ରତିନିଧିମାନେ ପାଥୋଲଜି ବିଭାଗ ମୁଖ୍ୟ ଡା ପାତ୍ରଙ୍କୁ ପଚାରିବାରୁ ଭୁଲ କ୍ରମେ ଅନୁଷ୍କାଙ୍କୁ ଆଉ ଜଣେ ବ୍ୟକ୍ତିଙ୍କ ରିପୋର୍ଟ ଦିଆଯାଇଥିଲା ା ପାଥୋଲଜି ବିଭାଗରେ ଭିଡ ପାଇଁ ଏଭଳି ପରିସ୍ଥିତି ହୋଇଥିବା ସେ କହିଛନ୍ତି ା ତେବେ ପରୀକ୍ଷାରେ କୌଣସି ଭୁଲ ହୋଇନାହିଁ ବୋଲି ସେ କହିଥିଲେ ା ବଲାଙ୍ଗୀର ହସ୍ପିଟାଲରେ ଏଭଳି ଦାୟିତ୍ୱହୀନତାକୁ ନେଇ ତଦନ୍ତ କରାଯିବାକୁ ଦାବି ହେଉଛି ା

Share