Categories: ଜାତୀୟ

ବଦଳି ଯାଇଛି ବାପୁଙ୍କ ଭାରତ; ଚାରିଆଡ଼େ ବ୍ୟାପିଛି ହିଂସା-ଅସହିଷ୍ଣୁତା: କପିଲ ସିବଲ୍‌

ନୂଆଦିଲ୍ଲୀ,୨।୧୦: କଂଗ୍ରେସ ସଦସ୍ୟ କପିଲ୍‌ ସିବଲ୍‌ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଭାଜପା ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଆଜି ବାପୁଙ୍କ ଭାରତ ଚିତ୍ର ବଦଳି ଯାଇଛି। ପୂର୍ବରୁ ବାପୁଙ୍କ ନିର୍ଦ୍ଦେଶିତ ସତ୍ୟ,ଅହିଂସା, ସହିଷ୍ଣୁତା ଏବଂ ବିବିଧତା ଆଦି ୪ଟି ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଉପରେ ଦେଶ ପର୍ଯ୍ୟବେସିତ ଥିଲା। ତେବେ ଏବେ ଭାଜପା ସରକାରଙ୍କ ଅମଳରେ ହିଂସା-ଅସହିଷ୍ଣୁତା ଦେଶର ପ୍ରମୁଖ ସ୍ତମ୍ଭ ପାଲଟିଛି। ଏବେ ଦେଶରେ ମିଥ୍ୟା ଖବର, ମିଥ୍ୟା ତଥ୍ୟ, ମିଥ୍ୟା ଅଭିଯୋଗ ନେଇ ବିଭିନ୍ନ ଘଟଣା ଘଟିିଚାଲିଛି। ଏହା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ସିବଲ୍‌ କହିଛନ୍ତି।

Share