ବର୍ଷାଦିନେ ସଂକ୍ରମଣ ସମସ୍ୟା ଅଧିକ ଦେଖାଯାଇଥାଏ। ଏ ନେଇ ଆମର ପୂର୍ବରୁ ପ୍ରସ୍ତୁତ ନ ହେବା ଫଳରେ ଅନେକ ସମସ୍ୟା ଉପୁଜିଥାଏ। ବଦଳୁଥିବା ସିଜନ୍ରେ ନିଜକୁ ସୁସ୍ଥ ଓ ସଂକ୍ରମଣରୁ ମୁକ୍ତ ରଖିବା ପାଇଁ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। ଯାହା ଆପଣଙ୍କୁ ସଂକ୍ରମଣଠାରୁ ଦୂରେଇ ରଖିପାରିବ। ଜାଣନ୍ତୁ ସେ ସମ୍ପର୍କରେ …
ହେଙ୍ଗୁ: ବର୍ଷାଦିନେ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ସେଥିରେ ହେଙ୍ଗୁ, ଧନିଆ ଓ ଜିରା ଅଧିକ ପରିମାଣରେ ପକାଇବା ଉଚିତ। କାରଣ ଏହା ପାଚନଶକ୍ତିକୁ ସୁଦୃଢ଼ ରଖିବା ସହ ସଂକ୍ରମଣରୁ ରକ୍ଷା କରିଥାଏ।
ତେଜପତ୍ର: ବର୍ଷାଦିନେ ପାଣିରେ ତେଜପତ୍ର ଫୁଟାଇ ପିଇବା ଫଳରେ କାଶ ଓ ଥଣ୍ଡାରୁ ମୁକ୍ତି ମିଳିଥାଏ।
ଡାଲଚିନି: ବର୍ଷାଦିନେ ଥଣ୍ଡା କାଶ ଓ ଥଣ୍ଡା ହେଉଥିଲେ ମହୁରେ ଅଳ୍ପ ଡାଲଚିନି ଗୁଣ୍ଡ ମିଶାଇ ପିଇଲେ ଏହା ଦୂର ହୋଇଥାଏ।
ଜୁଆଣି: ବର୍ଷାଦିନେ ଉପୁଜୁଥିବା ପେଟ ଦରଜ, ଯନ୍ତ୍ରଣା ପାଇଁ ଜୁଆଣି ଲାଭଦାୟକ ହୋଇଥାଏ।