ବଦାଙ୍ଗିରୁ ବିଦେଶୀ ମଦ ଜବତ

ଭଞ୍ଜନଗର,୧୧।୬(ଡି.ଏନ.ଏ.)- ତାରସିଂ ପୋଲିସ ବୁଧବାର ବଦାଙ୍ଗିରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିଛି। ଏହି ମାମଲାରେ ଅଭିଯୁକ୍ତ ସଞ୍ଜୟ ସାହୁଙ୍କୁ ଗିରଫ କରି ଭଞ୍ଜନଗର କୋର୍ଟକୁ ଚାଲାଣ କରାଯାଇଛି। ନଂ.୮୧।୧୯ରେ ପୋଲିସ ଏକ ମାମଲା ରୁଜୁକରିବା ସହ ୯୭ ଲିଟର ବିଦେଶୀ ମଦ ଜବତ କରିଛି। ପ୍ରକାଶ ଯେ, ସଞ୍ଜୟ ବଦାଙ୍ଗି ଅଞ୍ଚଳରେ ବିଦେଶୀ ମଦ ବିକ୍ରି କରୁଥିଲେ। ତାରସିଂ ଥାନା ଅଧିକାରୀ ସବ୍ୟସାଚ୍ଚୀ ମଲ୍ଲ ଖବରପାଇ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଯୋଜନା କରିଥିଲେ। ତାଙ୍କ ଘରେ ଚଢାଉ କରାଯାଇ ମଦ ଜବତ କରାଯାଇଥିଲା। ସଞ୍ଜୟ ବିଦେଶୀ ମଦ ଦୋକାନରୁ ମଦ କିଣି ଆଣି ସମ୍ପୃକ୍ତ ଅଞ୍ଚଳର ବିଭିନ୍ନ ଦୋକାନୀଙ୍କୁ ଚଢ଼ା ଦରରେ ଯୋଗାଉଥିବା ପୋଲିସ ସନ୍ଦେହ କରୁଛି।

Share