Categories: ଜାତୀୟ

ବଦ୍ରିନାଥରୁ ଫେରୁଥିବା ତୀର୍ଥଯାତ୍ରୀଙ୍କ ବସ୍‌ ଉପରେ ଖସିଲା ପଥର ଖଣ୍ଡ

ଚାମୋଲି,୬।୮: ଉତ୍ତରାଖଣ୍ଡ ଚାମୋଲି ଜିଲାର ଲାମ୍ବାଗଡ଼ରେ ମଙ୍ଗଳବାର ସକାଳେ ଭୂସ୍ଖଳନ ହୋଇଛି। ଫଳରେ ପାହାଡ଼ରୁ ବଡ଼ ବଡ଼ ପଥର ଖଣ୍ଡମାନ ଖସି ରାସ୍ତାରେ ପଡ଼ିଥିଲା। ସେହି ସମୟରେ ଉକ୍ତ ରାସ୍ତା ଦେଇ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ଉପରେ ବିଶାଳକାୟ ପଥର ଖଣ୍ଡ ପଡ଼ିବାରୁ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ୯ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ମଙ୍ଗଳବାର ସକାଳେ ବଦ୍ରିନାଥରୁ ତୀର୍ଥଯାତ୍ରୀଙ୍କୁ ନେଇ ବସ୍‌ଟି ଫେରୁଥିବା ବେଳେ ଲାମ୍ବାଗଡ଼ରେ ଭୂସ୍ଖଳନ ଯୋଗୁ ବିଶାଳକାୟ ପଥର ଖଣ୍ଡମାନ ବସ୍‌ ଉପରେ ପଡ଼ିଥିଲା। ଏଥିଯୋଗୁ ବସ୍‌ରେ ଥିବା ୧୪ଜଣ ଯାତ୍ରୀଙ୍କ ମଧ୍ୟରୁ ୯ଜଣଙ୍କ ମୃତ୍ୟୁ ହୋଇଛି। ଏହାପରେ ଘଟଣାସ୍ଥଳରେ ଏସ୍‌ଡିଆରଏଫ୍‌, ପୋଲିସ ଓ ପ୍ରଶାସନର ମିଳିତ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏବେ ବି କେତେକ ଯାତ୍ରୀ ବସ୍‌ ଓ ପଥର ଖଣ୍ଡ ତଳେ ଫଶିରହିଥିବା ଅନୁମାନ କରାଯାଉଛି।

Share