ଗୋପେଶ୍ୱର,୯।୬: ବଦ୍ରିନାଥ ଓ ହେମକୁଣ୍ଡ ଯାତ୍ରା କରୁଥିବା ତୀର୍ଥଯାତ୍ରୀ ଏବେ ନାନା ଅସୁବିଧାର ସମ୍ମୁଖୀନ ହୋଇଥିବା ସୂଚନା ମିଳିଛି। ଅତ୍ୟଧିକ ଭିଡ ଯୋଗୁ ବାଟରେ ବହୁ ସମୟ ଧରି ଗାଡି ଗୁଡିକ ଅଟକି ରହୁଥିବା ବେଳେ ଅଧିକାଂଶ ସ୍ଥାନରେ ପେଟ୍ରୋଲ ମିଳୁ ନ ଥିବା ଅଭିଯୋଗ ହୋଇଛି। ଏହାସହ ଏହି ବାଟରେ ଥିବା ପଖାପାଖି ୬୯ଟି ଏଟିଏମ୍ରେ ଯାତ୍ରୀମାନଙ୍କ ପାଇଁ ଆବଶ୍ୟକ ପରିମାଣରେ ଟଙ୍କା ନ ଥିବାରୁ ଏହା ମଧ୍ୟ ସମସ୍ୟା ସୃଷ୍ଟି କରିଛି। ଗତ ୨ ଦିନ ହେବ ଗୋପେଶ୍ୱର ସହରର କୌଣସି ଏଟିଏମ୍ରେ ଟଙ୍କା ନ ଥିବା ଅଭିଯୋଗ ହେଉଛି। ଜାତୀୟ ରାଜପଥରେ ପାଖାପାଖି ୧୨ଟି ପେଟ୍ରୋଲ ପମ୍ପ ଥିଲେ ସୁଦ୍ଧା ଯାତ୍ରୀଙ୍କର ଆବଶ୍ୟକତାକୁ ଏହା ପୂରଣ କରିପାରୁ ନାହିଁ। ଅନ୍ୟପଟେ ସବୁ ସୁବିଧା ଥିବା ପ୍ରଶାସନ କହିଛି। ଏହାସହ ପେଟ୍ରୋଲ ପମ୍ପ ଗୁଡିକ ଆହୁରି ଅଧିକ ୨ଟ୍ୟାଙ୍କର ତେଲ ମହଜୁଦ ରଖିବାକୁ ପ୍ରଶାସନ ପରାମର୍ଶ ଦେଇଛି। ଏହାସହ ସମସ୍ତ ଏଟିଏମ୍ରେ ପର୍ଯ୍ୟାପ୍ତ ପରିମାଣର ଟଙ୍କା ଭର୍ତ୍ତି କରାଯାଇଥିବା କହିଛି ପ୍ରଶାସନ।