ବଧୂହତ୍ୟା ଘଟଣା: ସ୍ବାମୀ, ଶାଶୁ, ନଣନ୍ଦଙ୍କୁ ଆଜୀବନ କାରାଦଣ୍ଡ

ଖୋର୍ଦ୍ଧା ଅଫିସ, ୧।୬: ଖୋର୍ଦ୍ଧାର ପ୍ରଥମ ଅତିରିକ୍ତ ଜିଲା ଦୌରାଜଜ୍‌ କୋର୍ଟରେ ଜଙ୍କିଆ ମାନପୁର ଗାଁର ବିଳାସିନୀ ରାଉତରାୟ ହତ୍ୟାକାଣ୍ଡ ଘଟଣାର ରାୟ ଶନିବାର ପ୍ରକାଶ ପାଇଛି। ପ୍ରଥମ ଅତିରିକ୍ତ ଜିଲା ଦୌରାଜଜ୍‌ ଧନୁର୍ଦ୍ଧର ସେନାପତି ଏହି ଘଟଣାର ବିଚାରକରି ବିଳାସିନୀଙ୍କ ସ୍ବାମୀ ବାଉରିବନ୍ଧୁ ରାଉତରାୟ(୪୪), ନଣନ୍ଦ ପ୍ରଭାତୀ ରାଉତରାୟ(୩୦), ଶାଶୁ କମଳା ରାଉତରାୟ(୬୨)ଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।
ପ୍ରକାଶ ଯେ, ବିଳାସିନୀ ୨୦୧୧ରେ ବାଉରିବନ୍ଧୁ ବିବାହ କରିଥିଲେ। ବିବାହ ସମୟରେ ଦାବି ମୁତାବକ ଯୌତୁକ ଦିଆଯାଇଥିଲା। ତେବେ ବିବାହର କିଛିଦିନ ପରେ ଅଧିକ ୧ ଲକ୍ଷ ଟଙ୍କା ଦାବିକରି ବିଳାସିନୀଙ୍କୁ ସ୍ବାମୀ, ଶାଶୁ ଓ ନଣନ୍ଦ ନିର୍ଯାତନା ଦେଉଥିଲେ। ୨୦୧୪, ମେ’ ୪ ତାରିଖରେ ବିଳାସିନୀଙ୍କୁ କିରୋସିନ ଢାଳି ସେମାନେ ହତ୍ୟା ଉଦ୍ୟମ କରିଥିଲେ। ମେ’ ୧୩ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

Share