ବଧୂ ନିର୍ଯାତନା: ସ୍ବାମୀ, ଶ୍ୱଶୁରଙ୍କ ବିରୋଧରେ ଅଭିଯୋଗ

ରଘୁନାଥପୁର,୧୬।୩ (ଡି.ଏନ.ଏ.): ସ୍ବାମୀ ଓ ଶ୍ୱଶୁରଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଜଣେ ବଧୂ କିଶନନଗର ଥାନା ଅନ୍ତର୍ଗତ କଲରାବାଙ୍କ ଫାଣ୍ଡିରେ ରାବିବାର ଅଭିଯୋଗ କରିଛନ୍ତି। ମହିଳା ଜଣକ ହେଲେ ଏହି ଥାନା ଅନ୍ତର୍ଗତ ଶିର୍ଲୋ ଗଁାର ପ୍ରିୟଙ୍କା ସିଂହ। ପ୍ରିୟଙ୍କା ଦିଲୀପଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ତାଙ୍କର ଅଢେଇ ବର୍ଷର ଝିଅ ଅଛି। ଦିଲୀପ ଦିଲ୍ଲୀସ୍ଥିତ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ ବର୍ଷେରୁ ଊର୍ଦ୍ଧ୍ୱ ହେବ ସ୍ତ୍ରୀଙ୍କ ଭରଣପୋଷଣ ପାଇଁ ଟଙ୍କାଟିଏ ଦେଉ ନ ଥିବା ପ୍ରିୟଙ୍କା ଅଭିଯୋଗରେ ଦର୍ଶାଇଛନ୍ତି। ସେ ପର ଘରେ କାମ କରି ଝିଅଙ୍କୁ ଲାଳନ ପାଳନ କରୁଛନ୍ତି। ଶ୍ୱଶୁର ମୋହନ ସେସୁ କାର୍ଯ୍ୟାଳୟକୁ ଫୋନ କରି ପ୍ରିୟଙ୍କା ଚଳୁଥିବା ଘରର ବିଦ୍ୟୁତ୍‌ ସଂଯୋଗକୁ ବିଚ୍ଛିନ୍ନ କରି ଦେଇଛନ୍ତି। ଫଳରେ ପ୍ରିୟଙ୍କା ଝିଅକୁ ନେଇ ଏକୁଟିଆ ଘରେ ରହିବାକୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ତାଙ୍କ ଘରକୁ ବିଦ୍ୟୁତ୍‌ ସଂଯୋଗ ଦେବାକୁ ପ୍ରିୟଙ୍କା ପୋଲିସ ନିକଟରେ ଫେରାଦ ହୋଇଛନ୍ତି।

Share