ବନବିଭାଗ ଚଢ଼ାଉ:୧୨୩ ସିଏଫ୍‌ଟି ଶାଳକାଠ ଜବତ

ଧାମନଗର,୧୫।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକରେ ବିଭିନ୍ନ ସ୍ଥାନରେ ବନ ବିଭାଗ ପକ୍ଷରୁ ରବିବାର ଚଢ଼ାଉ ହୋଇଛି। ଏହି ଚଢ଼ାଉରେ ବହୁ ପରିମାଣରେ ଚୋରା କାଠ ଜବତ ହୋଇଛି । ଧୁଷୁରୀ ବଜାର, ଗୋପାଳବିନ୍ଧା ଏବଂ ଗଢ଼ିଆଳିରେ ଚଢ଼ାଉ ହୋଇ ମୋଟ ୧୨୩ ସିଏଫ୍‌ଟି ଶାଳକାଠ ଜବତ କରାଯାଇଛି। ଧାମନଗର ରେଞ୍ଜର କୁଶଚରଣ ସିଂ, ଭଣ୍ଡାରିପୋଖରୀ ଫରେଷ୍ଟର ପ୍ରକାଶ ଚନ୍ଦ୍ର ଦାସ, ଜିଲା ବନଖଣ୍ଡ ସହକାରୀ ଅଧିକାରୀ ବିରାଜ ମୋହନଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଛି।