ବନବିଭାଗ ପକ୍ଷରୁ ସହାୟତା

ଜଳେଶ୍ୱର, ୧୦।୬(ସ୍ବ.ପ୍ର)-ବିଳମ୍ବରେ ହେଲେ ମଧ୍ୟ ବାଲେଶ୍ୱର ଜିଲାର ରାଇବଣିଆ ଅଞ୍ଚଳରେ ଚଳିତବର୍ଷ ବାରମ୍ବାର ହାତୀ ଉପଦ୍ରବରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ବନବିଭାଗ ପକ୍ଷରୁ କ୍ଷତିପୂରଣ ପ୍ରଦାନ କରାଯାଇଛି। ରାଇବଣିଆ ଥାନା ଶ୍ୟାମନଗର, କାଳିକ, ରାଇବଣିଆ, ସର୍ଦ୍ଦାରବନ୍ଧ, ବରଡିହା, କଳମା ପଞ୍ଚାୟତରେ ପ୍ରାୟ ୫୦ଏକର ଜମିର ଫସଲ ଏବଂ ୮୦ଟି ଘର ଭାଙ୍ଗିଥିବା ଅଭିଯୋଗ ହୋଇଥିଲା। ବନବିଭାଗ ଓ ରାଜସ୍ବ ବିଭାଗ ମିଳିତ ଭାବେ କ୍ଷୟକ୍ଷତିର ଆକଳନ କଲା ପରେ ଆର୍ଥତ୍କ ଅନୁଦାନ ସହାୟତା କରାଯାଇଛି ବୋଲି ଜଳେଶ୍ୱର ରେଞ୍ଜ ଅଫିସର ସରୋଜ କୁମାର ମହାନ୍ତି କହିଛନ୍ତି।
ରାଇବଣିଆ ଅଞ୍ଚଳର ୧୨୧ଜଣ ବ୍ୟକ୍ତିଙ୍କର ୪୨ ଏକର ୫୬ ଡିସିମିଲ ଜମିର ଫସଲ ହାତୀମାନେ ନଷ୍ଟ କରିଥିଲେ। ସରକାରଙ୍କ ନୀତି ନିୟମ ଅନୁଯାୟୀ ଏକର ପିଛା ୧୦ହଜାର ଟଙ୍କା କ୍ଷତିପୂରଣ ବାବଦରେ ଦେବାକୁ ଥିବାରୁ ମୋଟ ୪ଲକ୍ଷ ୨୫ହଜାର ୬ଶହ ଟଙ୍କା କ୍ଷତିଗ୍ରସ୍ତ ଚାଷୀକୁ ବ୍ୟାଙ୍କ ପାସ୍‌ବୁକ୍‌ରେ ଜମା କରାଯାଇଛି ା ରାଇବଣିଆ ଥାନା ଅନ୍ତର୍ଗତ ଶ୍ୟାମନଗର ପଞ୍ଚାୟତର ଘାସିପଡ଼ା ଗାଁର ବାହାଦୁର ମାରାଣ୍ଡିକୁ ଏକ ଦନ୍ତା ଦଳି ମାରିଥିବାରୁ ତାଙ୍କ ବିଧବା ପନତ୍ୀ ଆଲାଦି ମାରାଣ୍ଡିଙ୍କୁ ୪ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଦିଆଯାଇଛି। ୧୦ଟି ସମ୍ପୂର୍ଣ୍ଣ ଘର ଭାଙ୍ଗିଯାଇଥିବାରୁ ୧୦ହଜାର ଲେଖାଏଁ ୧ଲକ୍ଷ ଟଙ୍କା ଓ ୩୫ଟି ଆଂଶିକ ଗୃହ ଭାଙ୍ଗିଥିବା ବାବଦକୁ ୨ହଜାର ଟଙ୍କା ଲେଖାଏଁ ୭୦ହଜାର ଟଙ୍କା ପ୍ରଦାନ କରାଯାଇଥିବା ରେଞ୍ଜର ମହାନ୍ତି କହିଛନ୍ତି। ଚେକ୍‌ ଓ ଆର୍ଥତ୍କ ସହାୟତା ପ୍ରଦାନ ବେଳେ ସରପଞ୍ଚ ପ୍ରତିନିଧି ଚନ୍ଦନ ପାତ୍ର, ନାଏବ ସରପଞ୍ଚ ସୁରେନ୍‌ ମୁର୍ମୁ, ଫରେଷ୍ଟର ତପନ ସିଂ, ଲୁସୁ କିସ୍କୁ ଓ ଗ୍ରାମ୍ୟ ମୁଖ୍ୟ ସୁରେଶ ମହନ୍ତ ଉପସ୍ଥିତ ଥିଲେ।