ବନାଗ୍ନି ବଦଳାଇଦେଲା ହିମବାହ ରଙ୍ଗ

ଓ୍ବେଲିଂଟନ୍‌: ଦୁଇସପ୍ତାହ ହେଲା ଜଳୁଛି ଅଷ୍ଟ୍ରେଲିଆ ଜଙ୍ଗଲ। ବନାଗ୍ନିରେ ହଜାର ହଜାର ବନ୍ୟଜୀବନ ଧ୍ୱଂସ ପାଇଯାଇଥିବାବେଳେ ବହୁ ବିରଳ ଜୀବଜନ୍ତୁ ବାସହରା ହୋଇ ଜନବସତିମୁହଁା ହୋଇଛନ୍ତି। ବନାଗ୍ନିର ପ୍ରତିକୂଳ ପ୍ରଭାବ ପଡ଼ୋଶୀ ନ୍ୟୁଜିଲାଣ୍ଡର ଫ୍ରାଞ୍ଜ୍‌ ଜୋସେଫ୍‌ ଗ୍ଲେସିୟର (ହିମବାହ) ଉପରେ ପଡିଛି। ଏହାର ରଙ୍ଗ ଧଳାରୁ ହଳଦିଆ ହୋଇଯାଇଛି। ବନାଗ୍ନିରୁ ଉଠୁଥିବା ଧୂଅଁାର ବିଶାଳ ବଳୟ ଡିସେମ୍ବର ୩୧ରେ ନ୍ୟୁଜିଲାଣ୍ଡରେ ପହଞ୍ଚତ୍ଥିଲା। ଆଲ୍‌ପାଇନ ଗାଇଡ୍‌ସ କମ୍ପାନୀର ଗାଇଡ୍‌ ଆର୍ଥ ମେକ୍‌ବ୍ରାଇଡ୍‌ଙ୍କ କହିବା କଥା, ମଙ୍ଗଳବାରଠାରୁ ପରିସ୍ଥିତି ଗମ୍ଭୀର ହୋଇଯାଇଛି। ଏହାକୁ ନେଇ ଗ୍ଲେସିୟରକୁ ଦେଖିବାକୁ ଆସୁଥିବା ପର୍ଯ୍ୟଟକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏଠାକାର ପବନରେ ପୋଡାକାଠର ଗନ୍ଧ ବାରିହେଉଛି। ଏଥିରୁ ଜଙ୍ଗଲ ନିଅଁାର ଭୟାବହତା ସ୍ପଷ୍ଟ ଭାବେ ଜଣାପଡୁଛି।
ଦକ୍ଷିଣ ପୂର୍ବ ଅଷ୍ଟ୍ରେଲିଆରେ ଲାଗିଥିବା ଭୀଷଣ ନିଅଁା ନୂଆ ଇଲାକାକୁ ବ୍ୟାପି ଚାଲିଛି। ଏଥିରେ ପୋଡ଼ିହୋଇ ଅଦ୍ୟାବଧି ୧୮ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି। ଅନେକ ନିଖୋଜ ଅଛନ୍ତି। ଯୁଦ୍ଧକାଳୀନ ଭତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଚଳିତବର୍ଷ ବନାଗ୍ନିରେ ବେଟମ୍ୟାନ୍ସ, କୋବାର୍ଗୋ, ନାଉରା ଅଞ୍ଚଳ ସର୍ବାଧିକ ପ୍ରଭାବିତ ହୋଇଛି। ନିଅଁାରୁ ବର୍ତ୍ତିବା ଲାଗି ଲୋକମାନେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଶରଣ ନେଇଛନ୍ତି। ଅଧିକାରୀଙ୍କ କହିବା କଥା, ଜଙ୍ଗଲ ନିଅଁାରେ ପାଖାପାଖି ୧୦୦୦ଟି ଘର ନଷ୍ଟ ହୋଇଯାଇଛି। ୩୫୦ରୁ ଊର୍ଦ୍ଧ୍ୱ ବାସଗୃହ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଛି। ପ୍ରଭାବିତ ଅଞ୍ଚଳରୁ ୮ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଧୂଅଁା ବ୍ୟାପିବା ଦ୍ୱାରା ହୋଇଥିବା କ୍ଷୟକ୍ଷତି ଆକଳନ କରିବା କାଠିକର ପାଠ ବୋଲି ସେ ସୂଚନା ଦେଇଛନ୍ତି।

Share