Advertisement

ବନାଞ୍ଚଳ ସ୍ତରୀୟ ମୋବାଇଲ ବ୍ୟାରାକ କୋଠା ଉଦଘାଟିତ

ଦେବଗଡ଼,୧୨ା୧(ଡି.ଏନ.ଏ):ବନ ବିଭାଗ ପକ୍ଷରୁ ଦେବଗଡ କୃଷି ବିଜ୍ଞାନ କେନ୍ଦ୍ର ନିକଟରେ ନୂତନ ଭାବେ ନିର୍ମିତ ଦେବଗଡ ବନାଞ୍ଚଳସ୍ତରୀୟ ମୋବାଇଲ ବ୍ୟାରାକ କୋଠା ସୋମବାର ଉଦଘାଟିତ ହୋଇଯାଇଛି। ବନବିଭାଗରେ କାର୍ଯ୍ୟରତ ମୋବାଇଲ ସ୍କ୍ବାଡ୍‌ମାନଙ୍କ ନିମନ୍ତେ ମୋଟ ୨୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି କୋଠାର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଉରକେଲା ସର୍କଲ ଆରସିସିଏଫ୍‌ ଭଞ୍ଜ କିଶୋର ସ୍ବାଇଁ ଫିତାକାଟି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଦେବଗଡ ବନଖଣ୍ଡ ଅଧିକାରିଣୀ କ୍ଷମା ଷଡଙ୍ଗୀ, ଦେବଗଡ କେନ୍ଦୁପତ୍ର ଡିଭିଜନ ବନଖଣ୍ଡ ଅଧିକାରୀ ଫାଲ୍ଗୁନୀ ସାରଥି ମଲ୍ଲିକ ଓ ଦେବଗଡ ବନାଂଚଳ ଅଧିକାରୀ ଦେବଦତତ୍ତନନ୍ଦ ଓ ଫରେଷ୍ଟର ପ୍ରଶନ୍ନ କୁମାର ସାହୁଙ୍କ ସମେତ ବନ ବିଭାଗ ଓ ସ୍କ୍ବାଡ୍‌ କର୍ମଚାରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଫରେଷ୍ଟଗାର୍ଡ ଭୋଲେଶ୍ୱର ସାହୁ, ସୀମା ପ୍ରଧାନ, ରଶ୍ମିତା ମାଙ୍ଘୀ ଓ ସନ୍ଧ୍ୟାରାଣୀ ରାଉତ ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share