Categories: ଫୁରସତ

ବନାରସ ଯିବାକୁଥିଲେ ଏହିସବୁ ଖାଦ୍ୟ ନିଶ୍ଚେ ଚାଖନ୍ତୁ

ଆଧ୍ୟାତ୍ମିକ ଓ ସଂକୀର୍ତ୍ତନର ସହର ବନାରସ। ଯେଉଁ ସହର ନଁା ରେ ରହିଛି ରସ। ତେବେ ସେହି ସହରର ଖାଦ୍ୟ ପଦାର୍ଥ କେତେ ସ୍ବାଦିଷ୍ଠ ହୋଇ ନ ଥିବ! ବନାରସର ରାସ୍ତାକଡ଼ ଖାଦ୍ୟ ଜଣାଇଥାଏ ଏହି ସହରର ପରମ୍ପରା ବିଷୟରେ। କାରଣ ସମ୍ପୃକ୍ତ ଖାଦ୍ୟ ସହରରେ ରହୁଥିବା ଲୋକଙ୍କ ସଂସ୍କୃତି ବିଷୟରେ ଜଣେଇଥାଏ। ତେବେ ଏହି ରାସ୍ତାକଡ଼ ଖାଦ୍ୟ କାହିଁକି ପ୍ରସିଦ୍ଧ ଜାଣନ୍ତୁ ସେ ସମ୍ପର୍କରେ କିଛି…

କଚୁଡ଼ି, ତରକାରି: ବନାରସରେ ଏହାକୁ ଜଳଖିଆ ଭାବେ ଖାଇବାକୁ ଲୋକଙ୍କ ଭିଡ଼ ଜମିଥାଏ। ଏହା ୨ ପ୍ରକାର: ଗୋଟେ ବଡ଼, ଗୋଟେ ଛୋଟ।

ମସଲା ମୁଙ୍ଗଫଲି: ଏହା ସକାଳୁ ମିଳି ଯାଇଥାଏ। ପିଆଜ ଧନିଆ ଚଟଣି ପଡ଼ି ଏହା ଚା ସହିତ ଦିଆଯାଏ। ଏହାର ଗୋଟିଏ ପ୍ଲେଟର ମୂଲ୍ୟ ୧୦-୩୦ ଟଙ୍କାରୁ ଆରମ୍ଭ ହୋଇଥାଏ।

ଇଡ୍‌ଲି: ସାଉଥ୍‌ରେ ଇଡ୍‌ଲି ଲୋକପ୍ରିୟ ହୋଇଥିଲେ ମଧ୍ୟ ଏଠାରେ ସ୍ବାଦିଷ୍ଠ ହୋଇଥାଏ। ଏହାର ଗୋଟେ ପ୍ଲେଟର ମୂଲ୍ୟ ୧୫ ଟଙ୍କା ।

ଏହାସହିତ ଥଣ୍ଡାଲସି ଅଧିକ ଲୋକପ୍ରିୟ ଓ ସ୍ବାଦିଷ୍ଠ ହୋଇଥାଏ। ତେବେ ବନାରସ ଯାଉଥିଲେ ବା ଯିବାକୁ ଯୋଜନା କରିଥିଲେ ଏହିସବୁ ଖାଦ୍ୟ ନିଶ୍ଚେ ଚାଖନ୍ତୁ।

Share