ବନୋଜ ବିଶ୍ୱାଳ ଶ୍ରେଷ୍ଠ ମତ୍ସ୍ୟଜୀବୀ

ସଜନାଗଡ଼,୨୫।୧(ଡି.ଏନ.ଏ.)-କୃଷକ ଆମ ଦେଶର ମେରୁଦଣ୍ଡ ସଦୃଶ। ବର୍ତ୍ତମାନ କୃଷି ଉପରେ ନିର୍ଭର କରୁଥିବା କୃଷିଜୀବୀ ମାନଙ୍କର ଜୀବନଧାରଣ ମାନର ପରିବର୍ତ୍ତନ ନିମନ୍ତେ ଗୁରୁବାର ଭୁବନେଶ୍ୱର ଜନତା ମଇଦାନରେ ରାଜ୍ୟ ସରକାରଙ୍କର କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ‘କୃଷି ଓଡ଼ିଶା’ କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲାରୁ ଏକମାତ୍ର ମତ୍ସ୍ୟଚାଷୀ ଭାବେ ବନୋଜ ବିଶ୍ୱାଳ ସମ୍ବର୍ଦ୍ଧିତ ହୋଇଛି। ବନୋଜଙ୍କ ଘର ନୀଳଗିରି ବ୍ଲକ ଅଧିନସ୍ଥ ଜାମୁଡ଼ିହା ପଞ୍ଚାୟତ ଅନ୍ତର୍ଗତ ମଲ୍ୟାଣୀ ଗ୍ରାମରେ। ସେ ଶ୍ରେଷ୍ଠ ମତ୍ସ୍ୟଚାଷୀ ଭାବେ କୃଷିମନ୍ତ୍ରୀ ଅରୁଣ ସାହୁ ଏବଂ ମହିଳା ଓ ଶିଶୁ ବିଭାଗର ମନ୍ତ୍ରୀ ଟୁକୁନୀ ସାହୁଙ୍କଠାରୁ କୃତି କୃଷକ ସମ୍ମାନରେ ସମ୍ବର୍ଦ୍ଧିତ କରିଛନ୍ତି।

Share