ବନ୍ତକୁ ଫେରିଲେ ୯୨ ପ୍ରବାସୀ ଓଡ଼ିଆ, ଗୁଜରାଟରୁ ଫେରିଛନ୍ତି ସର୍ବାଧିକ

ବନ୍ତ,୧୦ା୫(ଡି.ଏନ୍‌.ଏ.): ଲକ୍‌ଡାଉନ୍‌ ପରିପେକ୍ଷୀରେ ଅନ୍ୟ ରାଜ୍ୟରୁ ଭଦ୍ରକ ଜିଲା ବନ୍ତ ବ୍ଲକକୁ ଶନିବାର ସୁଦ୍ଧା ୯୨ ଜଣ ପ୍ରବାସୀ ଓଡ଼ିଆ ଫେରିଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ଆନ୍ଧ୍ରପ୍ରଦେଶରୁ ଜଣେ, ବିହାରରୁ ଜଣେ, ଗୁଜରାଟରୁ ୪୩, ଝାଡଖଣ୍ଡରୁ ୨, କର୍ଣ୍ଣାଟକରୁ ୪, କେରଳରୁ ୭, ମହାରାଷ୍ଟ୍ରରୁ ୩, ରାଜସ୍ତାନରୁ ୬, ତାମିଲନାଡୁରୁ ୨, ତେଲେଙ୍ଗାନାରୁ ୫, ପଶ୍ଚିମବଙ୍ଗରୁ ୧୮ ଜଣ ଆସିଥିବା ସୂଚନା ମିଳିଛି। ସମସ୍ତ ପ୍ରବାସୀ ଓଡ଼ିଆଙ୍କୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଛି।