ବନ୍ତରେ ଜବରଦଖଲ ଉଚ୍ଛେଦ

ବନ୍ତ,୩ା୧୨(ଡି.ଏନ୍‌.ଏ.)- ମଙ୍ଗଳବାର ଭଦ୍ରକ-ଆନନ୍ଦପୁର ୫୩ନଂ. ରାଜ୍ୟ ରାଜପଥ ଅଧୀନ ବନ୍ତ ବଜାରର ଉନ୍ନତୀକରଣ କାର୍ଯ୍ୟ ଲାଗି ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ପୂର୍ବାହ୍ନ ୧୧ଟାରୁ ବ୍ଲକ ଛକଠାରୁ ପୁରୁଣାବଜାର ଯାଏ ଉଚ୍ଛେଦ ଆରମ୍ଭ ହୋଇ ଅପରାହ୍ନ ପର୍ଯ୍ୟନ୍ତ ଚାଲିଥିଲା । ତହସିଲଦାର ଇନ୍ଦିରା ସାହୁ, ଅତିରିକ୍ତ ତହସିଲଦାର ବିଜୟ କୁମାର ସେଠୀ, ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ସିଦ୍ଧେଶ୍ୱର ବେହେରା, ସୁଧାଂଶୁ ଶେଖର ମହାପାତ୍ର, ଥାନାଧିକାରୀ ମିନା ବିନ୍ଧାଣୀଙ୍କ ସମେତ ପୋଲିସ ଫୋର୍ସ ଉପସ୍ଥିତ ଥିଲେ । ଉଚ୍ଛେଦ କାର୍ଯ୍ୟ ବେଳେ ଗୃହ ମାଲିକ, ଦୋକାନୀମାନେ ଉପସ୍ଥିତ ଥିଲେ । ରାଜ୍ୟ ରାଜପଥର ବନ୍ତ କେନାଲ ଛକଠାରୁ ବ୍ଲକ ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଉଜ୍ଜ୍ୱଳ ଆଲୋକୀକରଣ ଓ ଡ୍ରେନେଜ୍‌ ବ୍ୟବସ୍ଥା ସହ କେନ୍ଦୁଆପଦା ଛକରେ ୱାନ୍‌ ଓ୍ବେ ଟ୍ରାଫିକ୍‌ ବ୍ୟବସ୍ଥା କରାଯିବା ନେଇ ଜବରଦଖଲ ଉଚ୍ଛେଦ କାର୍ଯ୍ୟ କରାଯାଉଥିବା ଜଣାଯାଇଛି ।