ବନ୍ତରେ ପହଞ୍ଚତ୍ଲେଣି ୧୫୧ ପ୍ରବାସୀ ଓଡ଼ିଆ

ବନ୍ତ,୧୨।୫(ଡି.ଏନ୍‌.ଏ.)-କରୋନା ଲକ୍‌ ଡାଉନ ପରିପେକ୍ଷୀରେ ଭଦ୍ରକ ଜିଲା ବନ୍ତ ବ୍ଲକରେ ୨୬ଟି ରାଜ୍ୟରୁ ଘରକୁ ଫେରିବା ୮୪୪୧ ଜଣ ପ୍ରବାସୀ ଓଡିଆ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ସୋମବାର ସୁଦ୍ଧା ୧୫୧ଜଣ ଫେରିଥିବା ଜଣାଯାଇଛି। ଗତ ୨ ତାରିଖରେ ୫, ୩ରେ ୧୧, ୪ରେ ୧୯, ୫ରେ ୧୧, ୬ରେ ୧୮, ୭ରେ ୯, ୮ରେ ୧୦ ଓ ୯ରେ ୯, ୧୦ରେ ୨୭ ଓ ୧୧ରେ ୩୧ ଜଣ ଫେରିଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରୁ ଆନ୍ଧ୍ର ପ୍ରଦେଶରୁ ୩, ବିହାରରୁ ୧, ଗୁଜୁରାଟରୁ ୫୭, ଝାଡଖଣ୍ଡରୁ ୩, କର୍ଣ୍ଣାଟକରୁ ୪, କେରଳରୁ ୭, ମହାରାଷ୍ଟ୍ରରୁ ୧୦, ରାଜସ୍ତାନରୁ ୬, ତାମିଲନାଡୁରୁ ୨୬, ତେଲେଙ୍ଗାନାରୁ ୮, ପଶ୍ଚିମବଙ୍ଗରୁ ୨୬ ଜଣ ଆସିଥିବା ସୂଚନା ମିଳିଛି । ସମସ୍ତ ପ୍ରବାସୀ ଓଡିଆମାନଙ୍କୁ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ ରଖାଯାଇଛି।