ବନ୍ତ ଛକ ବସ୍‌ଷ୍ଟାଣ୍ଡରୁ ୩ ବର୍ଷର ଶିଶୁକନ୍ୟା ଉଦ୍ଧାର

ଭଦ୍ରକ ଅଫିସ,୧୪।୯: ଭଦ୍ରକ ଜିଲା ବନ୍ତ ଛକ ବସ୍‌ଷ୍ଟାଣ୍ଡରୁ ଶନିବାର ଜଣେ ତିନି ବର୍ଷର ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ପିଲାଟି କାନ୍ଦୁଥିବା ବେଳେ ଯାତ୍ରୀମାନେ ତାହା ଦେଖି ପୋଲିସକୁ ଖବର ଦେଇଥିଲେ। ସହରାଞ୍ଚଳ ଥାନା ପୋଲିସ କନ୍ୟାଟିକୁ ଉଦ୍ଧାର କରି ଶିଶୁ ପରିଚର୍ଯ୍ୟା ଅନୁଷ୍ଠାନ ‘ବାଶ୍ଚଲ୍ୟ’ରେ ଛାଡ଼ିଥିବା ଜଣାପଡ଼ିଛି। ଖବର ଲେଖାଯିବା ସୁଦ୍ଧା ଶିଶୁଟିର ପରିଚୟ ମିଳିପାରିନାହିଁ।