Categories: ଭଦ୍ରକ

ବନ୍ତ ବ୍ଲକରେ ୨ୟ କରୋନା ପଜିଟିଭ ଚିହ୍ନଟ

ବନ୍ତ,୧୪।୫(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକରେ ଗୁରୁବାର ୨ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ଗତ ୯ ତାରିଖରେ କର୍ଣ୍ଣାଟକରୁ ଆସି ଗୋବିନ୍ଦପୁର କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହୁଥିଲେ। ଭଣ୍ଡାରିପୋଖରୀରେ ତାଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ନିଆଯାଇଥିଲା। ପରେ ତାଙ୍କ ସ୍ବାବ ରିପୋର୍ଟ ପଜିଟିଭ ଆସିଛି। ଚିହ୍ନଟ ଆକ୍ରାନ୍ତଙ୍କୁ ଭଦ୍ରକ ମେଡିକାଲ ଟିମ୍‌ ପକ୍ଷରୁ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ନିଆଯାଇଛି। ଏହାପରେ ନୋଡାଲ ଅଫିସର ରାଜେନ୍ଦ୍ର କୁମାର ବେହେରା, ସରପଞ୍ଚ ତିଳୋତ୍ତମା ବାରିକଙ୍କ ତତ୍ତ୍ୱାବଧାନରେ କ୍ୱାରାଣ୍ଟାଇନ୍‌ ସେଣ୍ଟର ପରିସର, ସମସ୍ତ ରୁମ୍‌, ମୁଖ୍ୟ ରାସ୍ତା ଆଦିକୁ ସାନିଟାଇଜ୍‌ କରାଯାଇଛି।