Categories: ଭଦ୍ରକ

ବନ୍ତ ବ୍ଲକ: ଘର ଉପରେ ମାଡି ବସିଲା ଗଛ

ବନ୍ତ,୨୧।୫(ଡି.ଏନ୍‌.ଏ.)-ବାତ୍ୟା ‘ଅମ୍ଫନ୍‌’ ପ୍ରଭାବରେ ଭଦ୍ରକ ଜିଲା ବନ୍ତ ବ୍ଲକର କେତେକ ସ୍ଥାନରେ ଗଛ ପଡି ଘର ଭାଙ୍ଗିଯାଇଛି। ଆପଣ୍ଡା ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟ ଅଧିନ ବସନ୍ତିଆ ପଞ୍ଚାୟତ ବରକୋଣା ଗ୍ରାମର କୃଷ୍ଣଚନ୍ଦ୍ର ସ୍ବାଇଁ ଓ ବିବେକ କୁମାର ସ୍ବାଇଁଙ୍କ ଘର ଉପରେ ଗଛ ମାଡ଼ି ବସିଥିଲା। ଖବରପାଇ ଓଡ୍ରାଫ୍‌ ଟିମ୍‌ ପହଞ୍ଚତ୍ ଗଛ କାଟି ସଫା କରିଥିଲେ। ସେହିପରି ବନ୍ତ ପଞ୍ଚାୟତ କୁମ୍ଭକରାଳ ଗ୍ରାମର ବିନୋଦ ଜେନାଙ୍କ ଘର ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି।