ବନ୍ଦରେ ସ୍ବାଭାବିକ ରହିବ ମୋ ବସ୍‌ ଚଳାଚଳ

ଭୁବନେଶ୍ୱର, ୭ା୧ (ବ୍ୟୁରୋ)- ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ), ଦରଦାମ ବୃଦ୍ଧି ଓ ବେକାରି ପ୍ରଭୃତି ସମସ୍ୟାକୁ ନେଇ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ବାଧୀନ ଫେଡେରେଶନ୍‌ ବୁଧବାର ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛି। ଏହାକୁ ଲକ୍ଷ୍ୟ କରି ଘରୋଇ ବସ ଚଳାଚଳ ନ କରିବାକୁ ନିଷ୍ପତ୍ତି ନିଆଯାଇଛି। ବନ୍ଦ ସମୟରେ କୌଣସି ଅଘଟଣ ଘଟିବା ଆଶଙ୍କା କରି ଘରୋଇ ବସ୍‌ ମାଲିକ ସଂଘ ଏହି ନିଷ୍ପତ୍ତି ନେଇଛି। କିନ୍ତୁ ଭାରତ ବନ୍ଦ ଡାକରା ପରେ ବି ‘ମୋ ବସ୍‌’ଚଳାଚଳ ସ୍ବାଭାବିକ ରହିବ। ମୋ ବସ୍‌ ଚଳପ୍ରଚଳ କରିବା ସହ ଲୋକଙ୍କୁ ସେବା ଯୋଗାଇବ ବୋଲି କ୍ୟାପିଟାଲ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ସୂଚନା ମିଳିଛି। ମଙ୍ଗଳବାର ସନ୍ଧ୍ୟାରେ କ୍ରୁଟ ପକ୍ଷରୁ ଟୁଇଟ୍‌ କରାଯାଇ ଏହି ସୂଚନା ଦିଆଯାଇଥିବା ବେଳେ ମୋ ବସ୍‌ ଉପରେ ନିର୍ଭର କରୁଥିବା ଲୋକଙ୍କୁ ନିରନ୍ତର ସେବା ପ୍ରଦାନ କରାଯିବ ବୋଲି କ୍ରୁଟ୍‌ ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା କହିଛନ୍ତି।

Share