ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା, ବରଗଡ଼ରେ ବିରୋଧ

ବରଗଡ଼ ଅଫିସ୍‌,୯।୬- ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା ମିଳିଛି। ତେବେ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ କୋସଲ ରାଜ୍ୟ ସମନ୍ବୟ ସମିତି ଏବଂ ପଶ୍ଚିମ ଓଡ଼ିଶା ଯୁବାମଞ୍ଚ ବିରୋଧ କରିଛି। ଏହିକ୍ରମରେ ମଙ୍ଗଳବାର ବରଗଡ଼ ଗାନ୍ଧୀଛକରେ କୋସଲ ରାଜ୍ୟ ସମନ୍ବୟ ସମିତି ଏବଂ ପଶ୍ଚିମ ଓଡ଼ିଶା ଯୁବାମଞ୍ଚର କର୍ମକର୍ତ୍ତାମାନେ ବିରୋଧ ପ୍ରଦର୍ଶନ କରିଥିଲେ। ହାତରେ କଳା ପତାକା ଏବଂ ପ୍ଲାକାର୍ଡ଼ ଧରି ସେମାନେ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ପ୍ରମୋଦ ଝାଙ୍କର, ସୁରେନ୍ଦ୍ର ପଣ୍ଡା, ଅଜିତ ପତି, ଦିପକ ଦାଶ ପ୍ରମୁଖ ଏଥିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Share