‘ବନ୍ଦେ ଉତ୍କଳ ଜନନୀ’ ଗାଇଲେ ଆଶା ଭୋସଲେ, ଶଙ୍କର ମହାଦେବନ

ବମ୍ବେ: ପ୍ରଖ୍ୟାତ ଗାୟିକା ଆଶା ଭୋସଲେ, ଗାୟକ ଶଙ୍କର ମହାଦେବନ୍‌ ଗାଇଲେ ‘ବନ୍ଦେ ଉତ୍କଳ ଜନନୀ’। ଉଭୟ ନିଜ ଟୁଇଟର ପୃଷ୍ଠାରେ ଏହାର ଭିଡିଓ ଶେୟାର କରିଛନ୍ତି। ମହାଦେବନ୍‌ ଏହାକୁ ପ୍ରଯୋଜନା କରିଥିବା ବେଳେ ନୀଳ ମାଧବ ପଣ୍ଡା ଏହାକୁ ନିର୍ଦ୍ଦେଶନା ଦେଇଥିବା ଆଶା କହିଛନ୍ତି। ଦିନ ରାତି ଏକ କରି ଆଗଧାଡ଼ିରେ କରୋନା ସହ ଲଢ଼ୁଥିବା ଯୋଦ୍ଧାମାନଙ୍କୁ ଏହା ସମର୍ପିତ। ପ୍ରତିଟି ଓଡ଼ିଆ ସହ ମିଶି ଚାଲ ଏହା ଗାଇବା ବୋଲି ଆଶା କହିଥିବା ଦେଖିବାକୁ ମିଳୁଛି। ସେହିଭଳି ମହାଦେବନ୍‌ ମଧ୍ୟ ଏହାକୁ ଶେୟାର କରିଛନ୍ତି।

କୋଭିଡ ଯୋଦ୍ଧାଙ୍କ ତ୍ୟାଗକୁ ସମ୍ମାନ ଜଣାଇ ସେମାନଙ୍କୁ ଉତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ବନ୍ଦେ ଉତ୍କଳ ଜନନୀ’ସଂଗୀତ ଗାନ କରିବାକୁ ଆହ୍ବାନ ଦେଇଥିଲେ। ବିଶ୍ୱର ଯେକୌଣସି କୋଣରେ ଥିବା ଓଡ଼ିଆ ଏଥିରେ ନିଜକୁ ସାମିଲ କରନ୍ତୁ। ଯୋଦ୍ଧାଙ୍କ ପାଇଁ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରନ୍ତୁ ବୋଲି କହିଥିଲେ।

Share