‘ବନ୍ଦେ ଉତ୍କଳ ଜନନୀ’: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ, ପରିବାର ସହ ଗାଇଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୩୦।୫(ବ୍ୟୁରୋ): କୋଭିଡ ଯୋଦ୍ଧାଙ୍କ ତ୍ୟାଗକୁ ସମ୍ମାନ ଜଣାଇଛନ୍ତିି ପ୍ରତିଟି ଓଡ଼ିଆ। ଶନିବାର ଅପରାହ୍ନ ୫.୩୦ ମିନିଟ୍‌ରେ ରାଜ୍ୟ , ଦେଶ ତଥା ବିଶ୍ୱର କୋଣ ଅନୁକୋଣରେ ଥିବା ଓଡ଼ିଆମାନେ ‘ବନ୍ଦେ ଉତ୍କଳ ଜନନୀ ଗାଇଛନ୍ତି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ଏହି ସଂଗୀତ ଗାନ କରିଥିବା ସୂଚନା ମିଳିଛି। ଏହି ଅବସରରେ ସେଠାରେ ୫-ଟି ସଚିବ ମଧ୍ୟ ଉପସ୍ଥିତ ଥିଲେ।

ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘରେ ପରିବାର ସହ ଏକାଠି ଗାଇଛନ୍ତି। ସେହିଭଳି ବିଧାନସଭା ସମ୍ମୁଖରେ ବିଧାୟକଙ୍କ ସହ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ଲୋକସେବା ଭବନରେ ସହକର୍ମୀଙ୍କ ସହ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ, ପୋଲିସ ସେବା ଭବନରେ ସହକର୍ମୀଙ୍କ ସହ କମିଶନର ସୁଧାଶୁଂ ଷଡ଼ଙ୍ଗୀ, କଂଗ୍ରେସ ଭବନରେ ସାଥୀ ନେତାଙ୍କ ସହ ସଭାପତି ନିରଞ୍ଜନ ପଟ୍ଟନାୟକ, ଭାଜପା କାର୍ଯ୍ୟାଳୟରେ ସହକର୍ମୀଙ୍କ ସହ ସଭାପତି ସମୀର ମହାନ୍ତି, କଟକ ପୋଲିସ ମୁଖ୍ୟାଳୟରେ ଡିଜିପି ଅଭୟ ପ୍ରମୁଖ ‘ବନ୍ଦେ ଉତ୍କଳ ଜନନୀ’ ଗାଇଛନ୍ତି। କଳିଙ୍ଗ ଷ୍ଟାଡିୟମରେ ଶତାଧିକକ୍ରିଡାବିତ୍‌ମାନେ ମଧ୍ୟ କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇଥିବା ସୂଚନା ମିଳିଛି।

Share