Categories: ବାଣିଜ୍ୟ

ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ

ନୂଆଦିଲ୍ଲୀ,୪-୧୦: ଦିଲ୍ଲୀ-କତ୍ରା ମଧ୍ୟରେ ଗଡିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ ହୋଇଛି। ସୌରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ରେଳମନ୍ତ୍ରୀ ପୀୟୂଷ ଗୋଏଲ,କେନ୍ଦ୍ର ମନ୍ତ୍ରୀ ହର୍ଷବର୍ଦ୍ଧନ ଏହାର ଉନ୍ମୋଚନ କରିଛନ୍ତି। ଟ୍ରେନଟିର ଘଣ୍ଟାପ୍ରତି ବେଗ ୧୩୦ କିମି ରହିଛି। ଏବେ ଦିଲ୍ଲୀଠାରୁ ବୈଷ୍ନୋଦେବୀ ଲାଗି ଯାତ୍ରା ସମୟ ୮ ଘଣ୍ଟା ଲାଗିବ। ପୂର୍ବ ସମୟ ତୁଳନାରେ ଏହା ୪ ଘଣ୍ଟା କମ୍‌ ବୋଲି ରେଲଓ୍ବେ ପକ୍ଷରୁ କୁହାଯାଇଛି। ଟ୍ରେନରେ ପ୍ଲାଷ୍ଟିକ ବୋତଲ କ୍ରସର ମେଶିନ, ଆକର୍ଷଣୀୟ ପ୍ୟାଣ୍ଟ୍ରି, ଡିପ୍‌ ଫ୍ରିଜର, ଏୟାର କଣ୍ଡଶନିଂ କୋଚ୍‌, ଏକଜିକ୍ୟୁଟିଭ କ୍ଲାସ ଏବଂ ସେନସର ଡୋର ଭଳି ଫିଚର ରହିଛି। ଏହି ଟ୍ରେନ ଦ୍ୱାରା ଜମ୍ମୁ କଶ୍ମୀର ବିକାଶ ଶୁଭାରମ୍ଭ ହେଲା ବୋଲି ଶାହ କହିଛନ୍ତି।

Share