Categories: ଜାତୀୟ

‘ବନ୍ଦେ ଭାରତ ମିଶନ’: ଲଣ୍ଡନରୁ ଫେରିଲେ ୩ଶହ ଭାରତୀୟ

ବେଙ୍ଗାଲୁରୁ,୧୧।୫: ‘ବନ୍ଦେ ଭାରତ ମିଶନ’ର ପଞ୍ଚମ ଦିନରେ ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ବିମାନରେ ସୋମବାର ପ୍ରାୟ ୩ଶହ ଭାରତୀୟ ଲଣ୍ଡନରୁ ଆସି ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। ଆହୁରି ମଧ୍ୟ କିଛି ସ୍ବତନ୍ତ୍ର ବିମାନରେ ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ଭାରତୀୟଙ୍କୁ ଆଣିବାର ବ୍ୟବସ୍ଥା କରାଯାଇଛି। ଯେମିତିକି ସାନ ଫ୍ରାନସିସ୍‌କୋରୁ ମୁମ୍ବାଇ, ଢାକାରୁ ମୁମ୍ବାଇ, ଦୁବାଇରୁ କୋଚି, ଆବୁ ଧାବିରୁ ହାଇଦ୍ରାବାଦ, କୁଆଲା ଲମପୁରରୁ ଚେନ୍ନାଇ ଓ ବାହାରିନରୁ କୋଜିକୋଡେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ‘ବନ୍ଦେ ଭାରତ ମିଶନ’ ମାଧ୍ୟମରେ ପାଖାପାଖି ୧୫,୦୦୦ ଭାରତୀୟଙ୍କୁ ୧୨ଟି ଦେଶରୁ ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନରେ ଭାରତ ଫେରାଇ ଆଣିବାର ବନ୍ଦୋବସ୍ତ କରାଯାଇଛି।

Share