Categories: ଜାତୀୟ

‘ବନ୍ଦେ ମାତରମ’କୁ ଇସ୍‌ଲାମ ବିରୋଧି କହିଲେ ସମାଜବାଦୀ ପାର୍ଟି ଏମ୍‌ପି

ନୂଆଦିଲ୍ଲୀ,୧୮।୬: ଲୋକ ସଭାରେ ମଙ୍ଗଳବାର ସମାଜବାଦୀ ପାର୍ଟି(ସପା) ଏମ୍‌ପି ଶପଥ ନେବା ପରେ ‘ବନ୍ଦେ ମାତରମ’କୁ ଇସଲାମ ବିରୋଧି କହିଥିଲେ। ଏହାପରେ ସଂସଦରେ ଉପସ୍ଥିତ ଥିବା ଭାଜପା ଏମ୍‌ପିମାନେ ‘ବନ୍ଦେ ମାତରମ’ ସ୍ଲୋଗନ୍‌ ଦେବା ଆରମ୍ଭ କରିଦେଇଥିଲେ। ସୂଚନାଯୋଗ୍ୟ, ସମାଜବାଦୀ ପାର୍ଟି ଏମ୍‌ପି ଶଫିକୁଲ ରହମାନ ବର୍କ ଶପଥ ନେବା ପରେ କହିଥିଲେ, ଯେପର୍ଯ୍ୟନ୍ତ ବନ୍ଦେ ମାତରମ ରହିଛି ତାହା ଇସଲାମ ବିରୋଧି। ତେଣୁ ଆମେ ଏହାକୁ ଅନୁସରଣ କରିପାରିବୁ ନାହିଁ। ଏହାପରେ ଆରମ୍ଭ ହୋଇଥିଲା ହୋହାଲ୍ଲା। ଭାଜପା ଏମ୍‌ପିମାନେ ସଂସଦରେ ଜୋର ଜୋରରେ ବନ୍ଦେ ମାତରମ ବୋଲି କହିଥିଲେ।

Share