Advertisement

ବନ୍ଦ କୋଠରିରୁ ଭାଉଜ, ଦିଅରଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର/ପାଟଣା,୧୩।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ପୋଲିସ ନୂଆବନ୍ଧ ଗ୍ରାମର ଏକ ବନ୍ଦ ଘରୁ ସୋମବାର ସକାଳେ ଦୁଇ ଜଣଙ୍କ ମୃତଦେହ କବାଟ ଭାଙ୍ଗି ଉଦ୍ଧାର କରିଛି। ସେମାନଙ୍କ ନାମ ସଞ୍ଜୟ ନାୟକ ଓ ପୁଷ୍ପଲତା ନାୟକ ବୋଲି ଜଣାପଡ଼ିଛି। ବିଷ ପିଇ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି। ସେମାନେ ସମ୍ପର୍କରେ ଦିଅର ଓ ଭାଉଜ ବୋଲି ପୋଲିସ କହିଛି। ପୁଷ୍ପଲତାଙ୍କ ସ୍ବାମୀ ଯୋଡ଼ାରେ ଚାକିରି କରୁଥିବା ଜଣାପଡିଛି। ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ। ପୋଲିସ ମୃତଦେହ ଜବତ କରି ତଦନ୍ତ କରୁଥିବା ଥାନାଧିକାରିଣୀ ସନ୍ଧ୍ୟାରାଣୀ ଜେନା ସୂଚନା ଦେଇଛନ୍ତି। ପରିବାର ଲୋକଙ୍କ ଉପସ୍ଥିତିରେ କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରି ପୋଲିସ ତନାଘନା ଆରମ୍ଭ କରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share