ବନ୍ଦ କୋଠରିରେ ମହିଳାଙ୍କ ମୃତଦେହ ଥିବା ସନ୍ଦେହ: ପୋଲିସ, ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ

ସମ୍ବଲପୁର,୯।୧(ବ୍ୟୁରୋ): ସମ୍ବଲପୁର ଜିଲା ଧନୁପାଲି ବାହାଲପଡ଼ାସ୍ଥିତ ଏକ ବନ୍ଦ କୋଠରିରୁ ମହିଳାଙ୍କ ମୃତଦେହ ଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ହେଉଥିଲା। ଏନେଇ ପୋଲିସ ପାଖରେ ମଧ୍ୟ ଅଭିଯୋଗ ପହଞ୍ଚତ୍ଥିଲା । ଗୁରୁବାର ସକାଳେ ଧନୁପାଲି ଥାନା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ ପହଞ୍ଚତ୍ ଯାଞ୍ଚ କରିଛି। ମାତ୍ର ଖବର ଲେଖାହେବା ପର୍ଯ୍ୟନ୍ତ କୌଣସି ସୁରାକ୍‌ ମିଳି ନ ଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ଡିସେମ୍ବର ୩୧ ତାରିଖରେ ଆରତି ଦେବୀ ଓ ସ୍ବାମୀ କୁନାଲଙ୍କ ସହ ଝଗଡ଼ା ହୋଇଥିଲା। ତା’ ପରଦିନ ଘରୁ ସମସ୍ତେ କୁଆଡ଼େ ଚାଲି ଯାଇଥିଲେ । ସେହିଦିନଠାରୁ ଆରତିଙ୍କ ସହ ଯୋଗାଯୋଗ ହୋଇପାରୁ ନ ଥିବାରୁ ପରିବାରବର୍ଗ ଆସି ଧନୁପାଲି ଥାନାରେ ୩ ତାରିଖରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ଏବଂ ସାଇଣ୍ଟିଫିକ୍‌ ଟିମ୍‌ର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

Share